କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା ସାମ୍ବାଦିକ

0
297

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)) କରୋନା ଯୁଦ୍ଧରେ ହିଞ୍ଜିଳିକାଟୁ ଅଞ୍ଚଳର ଆଉ ଜଣେ ଯୋଦ୍ଧା ସାମ୍ବାଦିକ ଜୀବନ ହାରିଛନ୍ତି। ସମାଜରେ କାର୍ଯ୍ୟରତ ନୀଳୟ ରଞ୍ଜନ ପଟ୍ଟନାୟକଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ତେବେ ଦୁଃଖର ବିଷୟ ହେଉଛି ସେ ହେଉଛନ୍ତି କରୋନାରେ ମୃତ୍ୟୁବରଣ କରିଥିବା ରାଜ୍ୟର ପ୍ରଥମ ଯୋଦ୍ଧା ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ବଡଭାଇ। ଗତ ୧୭ ତାରିଖରେ ସେ ସଂକ୍ରମିତ ବୋଲି ଜଣାପଡିବା ପରେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ପିତା ମଦନ ମୋହନ ପଟ୍ଟନାୟକ ଏବଂ ମାତା କନକଲତା ପଟ୍ଟନାୟକଙ୍କର ସେ ଚତୁର୍ଥ ସନ୍ତାନ ଥିଲେ। ସାମ୍ବାଦିକତା ସହ ରାଜନୀତି, ସମାଜସେବା ସହ ମଧ୍ୟ ସେ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ। ସେ ହିଞ୍ଜିଳିକାଟୁ ନଗର ବିଜେପିର ସଭାପତି ଏବଂ ତା’ ସହ ଅନେକ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ସହ ମଧ୍ୟ ଜଡିତ ଥିଲେ। ନିଜ ମଧୁର ବ୍ୟବହାର ଯୋଗୁଁ ସେ ଅଞ୍ଚଳରେ ବେଶ ଲୋକପ୍ରିୟତା ସାଉଁଟି ପାରିଥିଲେ। ଚିତ୍ରାଙ୍କନରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ। ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ବିଏମସି ପକ୍ଷରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କ ଧର୍ମପତ୍ନୀ ସଂଧ୍ୟାରାଣୀ ପଟ୍ଟନାୟକ, ପୁଅ ଅନିକେତ ଓ ଝିଅ ଅନ୍ୱେଷା ଶେଷକୃତ୍ୟ ସମୟରେ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here