ଟ୍ରାକ୍ଟର ସହ ବେଆଇନ ସାଇଜ କାଠ ଜବତ

0
487

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା) ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର ରଗଡ଼ା ସେକ୍ସନର ବାଦୁଆପଲ୍ଲୀ ନିକଟରେ ଏକ ଟ୍ରାକ୍ଟରରେ ବେଆଇନ ଭାବେ ସାଇଜ କାଠ ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଏଥିରେ ଚାଲାଣ ହେଉଥିବା କାଠ ସହ ଟ୍ରାକ୍ଟରକୁ ବନ ବିଭାଗ କର୍ମଚାରୀ ମାନେ ଜବତ କରିଛନ୍ତି। ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଟ୍ରାକ୍ଟରୁ ୩୨ ଖଣ୍ଡ ଶାଳ ସାଇଜ କାଠ ଏବଂ ୮ ଗୋଟି କଷି କାଠ ପଟା ଜବତ କରାଯାଇଥିବା ରେଞ୍ଜ କୁମର ବେହେରା ସୂଚନା ଦେଇଛନ୍ତି। ଜବତ କାଠର ଆନୁମାନିକ ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଟ୍ରାକ୍ଟରଟି ଫୁଲବାଣୀ ଡ଼ିଭିଜନର ରଣବା ଜଙ୍ଗଲରୁ ଗୋପାଳପୁର ଶାସନ ଗ୍ରାମ ଆଡ଼କୁ ଯାଉଥିବା ରେଞ୍ଜର ପ୍ରକାଶ କରିଛନ୍ତି। ବେଆଇନ ଭାବେ କାଠ ଚାଲାଣ ହେଉଥିବା ଖବର ପାଇ ବନ କର୍ମଚାରୀ ମାନେ ନୂଆଗାଁ ନିକଟ ବାଦୁଅପଲ୍ଲୀ ଠାରେ ଛକି ରହିଥିଲେ। ଟ୍ରାକ୍ଟର ଆସିବା ପରେ ତାକୁ ଅଟକାଇବା ସମୟରେ ଚାଳକ ଜଣଙ୍କ ସେଠାରୁ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା। ବନ ବିଭାଗ କର୍ମଚାରୀ ମାନେ ଗାଡ଼ି ସହ କାଠ ଜବତ କରି କେନ୍ଦ୍ରୀୟ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ଏହି ଚଢଉରେ ରେଞ୍ଜର ଶ୍ରୀ ବେହେରାଙ୍କ ନେତୃତ୍ବରେ ରଗଡ଼ା ବନପାଳ ଜୀବନାନନ୍ଦ ତ୍ରିପାଠି,ଲାଠିପଡା ବନପାଳ ଅନୀଲ ପଣ୍ଡା,ସୋରଡ଼ା ବନପାଳ ପି.ସରୋଜଙ୍କ ସମେତ ବନରକ୍ଷୀ ମାନେ ସାମିଲ ହୋଇଥିଲେ। ଏନେଇ ବନ ବିଭାଗ ପକ୍ଷରୁ ୧୩/୨୧-୨୨ରେ ଏକ ମାମଲା ରୁଜୁ ହୋଇଥିବା ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here