ପକ୍ଷାଘାତ ରୋଗୀଙ୍କୁ କାନ୍ହା ଚାରିଟେବଲ ଟ୍ରଷ୍ଟର ସହାୟତା ପ୍ରଦାନ ;ସହାୟତା ପାଇଁ ସରକାରଙ୍କୁ ଅନୁରୋଧ କଲେ ଟ୍ରଷ୍ଟର ମୁଖ୍ୟ

0
286

ଆସ୍କା(ଜଗା ପଣ୍ଡା) ଗଞ୍ଜାମ ଜିଲ୍ଲା ଆସ୍କା ଏନ ଏ ସି ଅନ୍ତର୍ଗତ 9 ନମ୍ବର ୱାର୍ଡର ପକ୍ଷାଘାତ ରୋଗୀ ଲୋକନାଥ ମହାରଣାଙ୍କୁ ସହାୟତାର ହାତ ବଢ଼ାଇଲେ କାନ୍ହା ଚାରିଟେବଲ ଟ୍ରଷ୍ଟର ସଦସ୍ୟ ବୃନ୍ଦ |ଗଣମାଧ୍ୟମ ରେ ଲୋକନାଥଙ୍କ ଅସହାୟତା ନେଇ ଖବର ପ୍ରସାରଣ ପରେ ଟ୍ରଷ୍ଟର ପ୍ରତିଷ୍ଠାତା ରଞ୍ଜନା ମିଶ୍ର, ଉପ ପ୍ରତିଷ୍ଠାତା ବିଷ୍ଣୁ ପ୍ରିୟା ମହାପାତ୍ର, ସଭାପତି ପ୍ରଣବ କୁମାର ପଣ୍ଡା, କଳ୍ପନା ନାୟକ, ସୁବାସିନୀ ପଟନାୟକ, ଅଶୋକ ପାଣିଗ୍ରାହୀ, ରବୀନ୍ଦ୍ର ନାଥ ପ୍ରମୁଖ ଲୋକନାଥଙ୍କ ଘରେ ପହଂଚି ଦୁଇ ମାସର ରାସନ ସାମଗ୍ରୀ, ବସ୍ତ୍ର ଦେବା ସହ ଭବିଷ୍ୟତରେ ମେଡିକାଲ ଚିକିତ୍ସା ଜନିତ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ |ଅନୁରୂପ ଭାବେ ଧରାକୋଟ କୁଷଗୁମାର ପୀଡିତ କବି ଗୌଡ଼ ଙ୍କ ବାସସ୍ଥାନକୁ ଯାଇ ଟ୍ରଷ୍ଟର ସମସ୍ତ ସଦସ୍ୟ ରାସନ ଓ ବସ୍ତ୍ର ଦେବା ସହ କିଛି ଔଷଧ ମଧ୍ୟ ପ୍ରଦାନ କରିଥିଲେ |ଟ୍ରଷ୍ଟର ମୁଖ୍ୟ ରଞ୍ଜନା ମିଶ୍ର ଲୋକନାଥ ଓ କବିଙ୍କ ଅସହାୟତା ନେଇ ଦୁଃଖ ପ୍ରକାଶ କରିବା ସହ ସରକାରଙ୍କୁ ସାହାଯ୍ୟର ହାତ ବଢାଇବା ପାଇଁ ଅନୁରୋଧ କରିଥିଲେ |ଟ୍ରଷ୍ଟର ବଦାନ୍ୟ ବ୍ୟକ୍ତିଙ୍କ ମହାନତା ଯୋଗୁଁ ସ୍ଥାନୀୟ ଲୋକ ଖୁସି ବ୍ୟକ୍ତ କରିବା ସହ ଲୋକନାଥ ମହାରଣା ଓ କବି ଗୌଡ଼ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ |

LEAVE A REPLY

Please enter your comment!
Please enter your name here