୨୫ ସେପ୍ଟେମ୍ବର ଭାରତ ବନ୍ଦକୁ ପୁର୍ଣ ସହଯୋଗ କରିବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ନିବେଦନ

0
439

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ମୋଦି ସରକାରର ତିନୋଟି କୃଷି ଏବଂ କୃଷକ ବିରୋଧୀ, ଖାଉଟି ବିରୋଧୀ ଆଇନକୁ ରଦ୍ଦ କରିବା, ନୂତନ ବିଦ୍ୟୁତ ବିଲ-2020 ପ୍ରତ୍ୟାହାର କରିବା,ଡିଜେଲର ବର୍ଦ୍ଧିତ ମୂଲ୍ୟ ପ୍ରତ୍ୟାହାର କରିବା,ଜମି ଅଧିଗ୍ରହଣ ଆଇନ, 2013ର ସଂଶୋଧନକୁ ବାତିଲ କରିବା, ପରିବେଶ ପ୍ରଭାବ ଜନିତ ଆକଳନ ବିଜ୍ଞପ୍ତି କୁ ପ୍ରତ୍ୟାହାର କରିବା, ଦୁଗ୍ଧ, ଦୁଗ୍ଧ ଜାତ ଦ୍ରବ୍ୟ, ଅଣ୍ଡା ଏବଂ ଖାଦ୍ୟ ଦ୍ରବ୍ୟ ଇତ୍ୟାଦି ଆମଦାନୀ ପାଇଁ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଇତ୍ୟାଦିକୁ ରଦ୍ଦ କରିବା ଦାବିରେ 25 ସେପ୍ଟେମ୍ବର ଦେଶଵ୍ୟାପୀ ବନ୍ଦ ଏବଂ ପ୍ରତିରୋଧ ଆନ୍ଦୋଳନରେ ସାମିଲ ହୋଇ ପୁର୍ଣ ସହଯୋଗ କରିବାପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ଜନଗଣଙ୍କୁ ନିବେଦନ କରିଛନ୍ତି l ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, 1955 କୁ ସଂଶୋଧନ କରାଯାଇଛି l ଏହି ସଂଶୋଧନ ଦ୍ୱାରା ଏଣିକି ଚାଉଳ, ଗହମ, ଅନ୍ୟାନ୍ୟ ଖାଦ୍ୟ ଶସ୍ୟ, ସମସ୍ତ ପ୍ରକାର ଡାଲି, ତୈଳ ବୀଜ, ଆଳୁ ଏବଂ ପିଆଜ ଏଣିକି 20ଟି ଅତି ଆବଶ୍ୟକୀୟ ସାମଗ୍ରୀ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଅନ୍ତର୍ଭୁକ୍ତ ନୁହେଁ l

ଏହା ଦ୍ୱାରା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଗୁଡିକ ଉପରେ କଳା ବଜାରୀ ଏବଂ ମୁନାଫାଖୋରୀ
ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ କାରବାର ବୃଦ୍ଧି ପାଇବ I କୋଟି କୋଟି ସାଧାରଣ ଖାଉଟି ଏହି ସଙ୍କଟ ସମୟରେ ଭୟଙ୍କର ଆର୍ଥିକ ବୋଝ ଏବଂ ବଜାରରେ ଅତ୍ୟାଵଶ୍ୟକ ସାମଗ୍ରୀ ଅଭାବର ଭୟଙ୍କର ପରିସ୍ଥିତିକୁ ସାମନା କରିବେ Iବଜାର ବ୍ୟବସ୍ଥା ଉପରେ ସରକାରୀ ନିୟନ୍ତ୍ରଣ ହଟି ବୃହତ ବ୍ୟବସାୟୀ ମାନଙ୍କର ଏକ ଚାଟିଆ ନିୟନ୍ତ୍ରଣ ରହିବ l
କୃଷି ଉପ୍ତାଦନ ବିପଣନ କମିଟି (APMC) କୁ ସମ୍ପୂର୍ଣ୍ଣ କଟକଣା ମୁକ୍ତ/ଭାଙ୍ଗି ଦେଇ କର୍ପୋରେଟ ମାନଙ୍କୁ କୃଷି ବଜାରରେ ଅନୁମତି ପ୍ରଦାନ କରାଯାଇଛି l “କୃଷି ଉପ୍ତାଦନ, କୃଷିଜାତ ଦ୍ରବ୍ୟ ସଂଗ୍ରହ, ବାଣିଜ୍ୟ, ବ୍ୟବସାୟ ଏବଂ ବିତରଣ ” ରେ କମ୍ପାନୀ ମାନଙ୍କୁ ପ୍ରୋଛାହନ ଦିଆଯାଇଛି lଏହା ଦ୍ୱାରା କୃଷିମଣ୍ଡିରେ ପୂର୍ବରୁ ଥିବା ସାଧାରଣ କୃଷକଙ୍କ ମୁଲଚାଲ କ୍ଷମତା ରହିବ ନାହିଁ l ଆଗୁଆ ବାଣିଜ୍ୟ (ଆଗୁଆ ବଇନା )କାରବାର ଚାଲିବ l
କମ୍ପାନୀ, ସୁଧଖୋରୀ ବ୍ୟବସାୟୀ, ଦଲାଲ ମାନେ ସକ୍ରିୟତାର ସହିତ ସହଜରେ କୃଷିବଜାର କୁ ସମ୍ପୂର୍ଣ୍ଣ ଭାବେ ନିଜ ନିୟନ୍ତ୍ରଣକୁ ନେବାକୁ ଲାଇସେନ୍ସ ଦିଆଯାଇଛି l ଏଠାରେ ମଧ୍ୟ ସାଧାରଣ କୃଷକ ଏବଂ ସାଧାରଣ ଖାଉଟି ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହେବେ l ଇ-ମାର୍କେଟିଙ୍ଗ ନାମରେ କୃଷି ଏବଂ କୃଷକର ମଣ୍ଡି ବ୍ୟବସ୍ଥା/ ବଜାର କୁ କର୍ପୋରେଟକରଣ କରାଯାଇଛି
ଏହା ପାରମ୍ପରିକ ଭାଗ ଚାଷୀ ଏବଂ କୃଷକଙ୍କ ଜୀବନ ଜୀବିକାସହ ସମ୍ପୃକ୍ତ କୃଷି ବ୍ୟବସ୍ଥାର ଧ୍ବଂସ କରି ପୁଞ୍ଜିବାଦୀ-କର୍ପୋରେଟବାଦୀ ସ୍ୱାର୍ଥରେ କୃଷି ବ୍ୟବସ୍ଥା କୁ ଆଗେଇ ନେବା ପାଇଁ କୃଷିକ୍ଷେତ୍ରରେ କମ୍ପାନୀ/କର୍ପୋରେଟ ମାନଙ୍କର ଅବାଧ ପ୍ରବେଶ ପାଇଁ ଲାଇସେନ୍ସ ପ୍ରଦାନ କରିବା l ଆମ ଦେଶର ମୋଟ କୃଷକ ର 86% ହେଉଛନ୍ତି କ୍ଷୁଦ୍ର ଏବଂ ନାମ ମାତ୍ର କୃଷକ l ଓଡିଶା ରେ 92% ଚାଷୀ ହେଉଛନ୍ତି କ୍ଷୁଦ୍ର, ନାମ ମାତ୍ର ଏବଂ ଭୂମୀହୀନ ଭାଗ ଚାଷୀ l
ସରକାର ପାରମ୍ପାରିକ ଭାଗଚାଷୀ ମାନଙ୍କୁ ଚାଷୀ ର ମାନ୍ୟତା ଦେବା ପରିବର୍ତ୍ତେ କୃଷି ବ୍ୟବସ୍ଥାରୁ କୃଷକ ଏବଂ ଭାଗଚାଷୀ ମାନଙ୍କୁ ଉଛେଦ କରିବା ପାଇଁ ଏହି ବିଧେୟକ ଆଣିଛନ୍ତି l କୃଷକ ଉପରେ ନିର୍ଭରଶୀଳ ଏକ ନିରନ୍ତର କୃଷି ବ୍ୟବସ୍ଥା (PEASANT AGRICULTURE )କୁ ଧ୍ବଂସ କରି କୃଷିର ସମ୍ପୂର୍ଣ୍ଣ କମ୍ପାନୀକରଣ କରି କୋଟି କୋଟି କୃଷକ ଏବଂ କୃଷି ଶ୍ରମିକ ମାନଙ୍କର ଜୀବିକାକୁ ସର୍ବନାଶ କରିବା ଏହି ବିଧେୟକ ଅଣାଯାଇଛି l ନୂତନ ବିଦ୍ୟୁତ ସଂଶୋଧନ ବିଲ-2020 ନାମରେ ବିଲ ଆଣି ସମସ୍ତ ବିଦ୍ୟୁତ ଟିକସକୁ ଖାଉଟି ମାନଙ୍କଠାରୁ ଆଗୁଆ ଆଦାୟ କରାଯିବ l ଖାଉଟିମାନଙ୍କଠାରୁ ୟୁନିଟ ପ୍ରତି ସର୍ବାଧିକ ମୂଲ୍ୟରେ ଅର୍ଥ ଆଦାୟ କରାଯିବ l ବିଦ୍ୟୁତର ସମ୍ପୂର୍ଣ୍ଣ ଘରୋଇକରଣ କରି ଚାଷୀ, ଛୋଟ ବ୍ୟବସାୟୀ ଏବଂ ସାଧାରଣ ଖାଉଟି ମାନଙ୍କୁ ବଡ଼ ବଡ଼ କମ୍ପାନୀ ମାନେ ଲୁଣ୍ଠନ କରିବା ପାଇଁ ଅନୁମତି ଦିଆଯାଇଛି l ବିଦ୍ୟୁତର ଉତ୍ପାଦନ, ମହଜୁଦ କରି ପରିଚାଳନା ଏବଂ ବିତରଣ ବ୍ୟବସ୍ଥାକୁ ଘରୋଇକରଣ କରିବାପାଇଁ ବିଦ୍ୟୁତ ଆଇନ ସଂଶୋଧନ-2020 ବିଧେୟକ ଅଣାଯାଇଛି l ଘରୋଇ କମ୍ପାନୀ ମାନଙ୍କର ନିର୍ଦ୍ଦେଶ ଏବଂ ଦୟାରେ ଭାରତର ବିଦ୍ୟୁତ ଗ୍ରାହକମାନେ ପରିଚାଳିତ ହେବେ l ଆକାଶଛୁଆଁ ମୂଲ୍ୟବୃଦ୍ଧି କରି ସମସ୍ତ ବୋଝକୁ ସାଧାରଣ ଖାଉଟି ଏବଂ ଚାଷୀ ମାନଙ୍କ ଉପରେ ଲଦି ଦିଆଯାଇଛି l ବର୍ଦ୍ଧିତ ଡିଜେଲ ଦରବୃଦ୍ଧି ପ୍ରତ୍ୟାହାର କରାଯାଉ l ବିଶ୍ୱ ବଜାର ରେ ଅଶୋଧିତ ତୈଳର ମୂଲ୍ୟ କମି ଥିବା ବେଳେ ଭାରତରେ ଡିଜେଲର ମୂଲ୍ୟ ଲଗାମ ଛଡା ହୋଇଛି l ପରିବେଶଗତ ପ୍ରଭାବ ଆକଳନ ବିଜ୍ଞପ୍ତି ଜରିଆରେ ମୋଦି ସରକାର କମ୍ପାନୀ ମାନଙ୍କ ପାଇଁ ସମସ୍ତ ପରିବେଶଗତ କଟକଣାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବିହୀନ ଏବଂ କଟକଣା ମୁକ୍ତ କରିଛନ୍ତି l ଜମି ଅଧିଗ୍ରହଣ ଆଇନ, 2013କୁ ଏହି ରାସ୍ତା ରେ ଅକାମୀ କରି ଏଥିରୁ ପରିବେଶଗତ କଟକଣା ହଟାଇ ବ୍ୟାପକ କୃଷି ଜମିକୁ କମ୍ପାନୀ ମାନେ ସହଜରେ ଅଧିଗ୍ରହଣ କରି ନିଜ ବ୍ୟକ୍ତିଗତ ମାଲିକାନା ହାତକୁ ନେବା ପାଇଁ ଏହି ବିଜ୍ଞପ୍ତି ଅଣାଯାଇଛି l ଲୋକଙ୍କର ଜୀବନ, ରହିବା ସ୍ଥାନ, ଜୀବିକା, ପାହାଡ଼, ଖଣି, ନଦୀ, ହ୍ରଦ, ଜୈବ ବିବିଧତା, ପଶୁ, ପକ୍ଷୀଙ୍କ ଜୀବନ ଆଦି ସମସ୍ତ ଜଙ୍ଗଲ ଓ ପ୍ରକୃତିଦତ ସମ୍ପତ୍ତିକୁ ଧ୍ବଂସ କରି ପ୍ରାକୃତିକ ସମ୍ପଦ ଗୁଡିକୁ ଏବଂ ମୂଲ୍ୟବାନ କୃଷି ଜମିକୁ କମ୍ପାନୀ ମାନଙ୍କୁ ଟେକି ଦେବାପାଇଁ ଅବାଧ ବାଟ ଖୋଲି ଦିଆଯାଇଛି l ଉନ୍ନତ ରାଷ୍ଟ୍ର ମାନଙ୍କ ସହିତ ମୁକ୍ତ ବାଣିଜ୍ୟ ଏବଂ ବ୍ୟବସାୟ ଚୁକ୍ତିନାମା କରି ବିଦେଶରୁ ଦୁଗ୍ଧ, ଦୁଗ୍ଧ ଜାତୀୟ ଖାଦ୍ୟ ପଦାର୍ଥ, ତୈଳଜାତ ଦ୍ରବ୍ୟ, ମାଂସ ଇତ୍ୟାଦି ବ୍ୟାପକ ଭାବେ ଆମଦାନୀ କରାଯିବ l ଆମର ଦୁଗ୍ଧ ଚାଷୀ, କୁକୁଡ଼ା ଚାଷୀ ଛେଳି, ମେଣ୍ଢା ଚାଷୀ, ଗୋ-ସମ୍ପଦ ଚାଷୀ ସେମାନଙ୍କର ଉପ୍ତାଦିତ ସାମଗ୍ରୀ କେଉଁଠାରେ ବିକ୍ରି କରିବେ??? ଏହା ଦ୍ୱାରା
କର୍ପୋରେଟ ମାନଙ୍କର ଲାଭ ହେବ ଏବଂ ଆମ ଚାଷୀ ଆମେ ଅଭାବୀ ବିକ୍ରୀ ର ଶିକାର ହୋଇ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବେ I କରୋନା ମହାମାରୀ ସମୟରେ ସଂସଦରେ ଏହି ସବୁ ବିଲ ପାର୍ଲିଆମେଣ୍ଟର ଵିଧି ବ୍ୟବସ୍ଥା ଏବଂ ସାଂସଦ ମାନଙ୍କର ଭୋଟ ଦେବା ଅଧିକାରକୁ ଅସ୍ବୀକାର କରି ଅତି ତରବରିଆ ଭାବେ ପାରିତ କରାଇଛନ୍ତି l ମୋଦି ସରକାର ସମ୍ବିଧାନର ନଗ୍ନ ଉଲଂଘନ କରିଛନ୍ତି l ସଂସଦ ଏବଂ କୃଷକ ମାନଙ୍କ ପାଇଁ ଏହା ଏକ କଳା ଅଧ୍ୟାୟ ସୃଷ୍ଟି କରିଛି l କୃଷକ ମାନଙ୍କ ଉପରେ ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସର୍ବନାଶ କରିବାର ନୀତି ମୋଦି ସରକାର ଗ୍ରହଣ କରିଛନ୍ତି l ଏହାକୁ ବିରୋଧ କରି ପଞ୍ଜାବ, ହରିୟାନା ଏବଂ ରାଜସ୍ଥାନରେ ଜୋରଦାର କୃଷକ ଆନ୍ଦୋଳନ ଆରମ୍ଭ ହୋଇଛି l ଏହି ଦେଶ ବିରୋଧୀ କୃଷକ ବିରୋଧୀ ଖାଉଟି ବିରୋଧୀ କଳା ଆଇନକୁ ବିରୋଧ କରି ଆସନ୍ତା 25ତାରିଖ ସାରା ଭାରତବନ୍ଦକୁ ପୁର୍ଣ ସହଯୋଗ କରିବାପାଇଁ ଆମ ରାଜ୍ୟ ଓଡିଶାର ସମସ୍ତ ଜନତାଙ୍କୁ ମାନବ ଅଧିକାର ସୁରକ୍ଷା ମଞ୍ଚ ନିବେଦନ କରିଛି l

LEAVE A REPLY

Please enter your comment!
Please enter your name here