ଜୀଵନ ଜୀବିକାର ସୁରକ୍ଷା ପାଇଁ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ

0
324

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ପ୍ରତି ପରିବାରକୁ ମୁଣ୍ଡପିଛା ୧୦ କେଜି ଚାଉଳ ଓ ଆୟକର ଦେଉନଥିବା ପ୍ରତ୍ୟେକ ପରିବାରକୁ ୭୫୦୦ ଟଙ୍କା ଛଅ ମାସ ପର୍ଯ୍ୟନ୍ତ ଦିଅ, MGNREGA ଯୋଜନାରେ ୨୦୦ ଦିନ କାମ ଦିଅ ଓ ମଜୁରୀ ବଢାଅ ଓ ସହରାଞ୍ଚଳକୁ ସମ୍ପ୍ରସାରଣ କର ।ବେକାରଙ୍କୁ ନିଯୁକ୍ତି ଦିଅ । ସମ୍ବିଧାନର ସୁରକ୍ଷାକର ଓ ନାଗରିକମାନଙ୍କ ଅଧିକାର ଉପରେ ଆକ୍ରମଣ ବନ୍ଦକର । ଚାଷୀ ବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ପ୍ରତ୍ୟାହାର କର।ଇଜିନୀୟରିଙ୍ଗ ସ୍କୁଲ ଛକଠାରେ ଟ୍ରାଫିକ ପୋଷ୍ଟ ନିର୍ମାଣ କର ଏବଂ ଆଙ୍କୁଲି ଶିଳ୍ପାଞ୍ଚଳ ଏପ୍ରୋଚ ରୋଡ ତିଆରି କର। ସାଉଥକୋକୁ ଟାଟା କମ୍ପାନୀକୁ ଦେବା ଚକ୍ରାନ୍ତ ବନ୍ଦ କର ଏବଂ ସହରର ସମସ୍ତ ଗୃହହୀନଙ୍କୁ ଘର ଯୋଗାଇଦିଅ ଦାବିରେ ଆଜି ସିପିଏମ ପକ୍ଷରୁ କମାପଲି ଛକଠାରେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜନସାଧାରଣଙ୍କ ଜୀଵନ ଜୀବିକାର ସୁରକ୍ଷା ପାଇଁ ଦେଶବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଆଜି ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ଯୁଧିଷ୍ଠିର ବେହେରା, ବସନ୍ତ ନନ୍ଦ ,ଗୋପାଳ ପାଣିଗ୍ରାହୀ, ପ୍ରତାପ ଚୌଧୁରୀ, ଶିବ ପ୍ରସାଦ ମହାପାତ୍ର,ବାବୁଲା ନାୟକ, ଅଶୋକ ଦାଶ, ହାରିବନ୍ଧୁ ନାହାକ, ଚିଟିବାବୁ,ବୈକୁଣ୍ଠ ନାଥ ସାହୁ ନୃସିଂହ ବ୍ରହ୍ମା, ଲକ୍ଷ୍ମଣ ନାୟକ, ପଞ୍ଚାନନ ଜେନା ,ରଞ୍ଜନ ପାତ୍ର, କେଶବ ଗୌଡ଼ ,କୃଷ୍ଣ ନାହାକ ,ଗୋପାଳ ମହାନ୍ତି, କିଶୋର ମିଶ୍ର ଓ ପୁରସ୍ତମ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here