ବଡ ପରଦା ଅପେକ୍ଷାରେ କଣ୍ଠଶିଳ୍ପୀ ଶ୍ରୀକାନ୍ତ

0
383

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କଣ୍ଠଶିଳ୍ପୀ ଶ୍ରୀକାନ୍ତ ସାହୁ । ବାପାଙ୍କ ନାମ ସରୋଜ ସାହୁ ଓ ମାତା ଙ୍କ ନାମ ସରସ୍ଵତୀ ସାହୁ । ବ୍ରହ୍ମପୁର ସ୍ଥିତ ଆମ୍ବପୁଆ ଗ୍ରାମ ରେ ତାଙ୍କର ଜନ୍ମ । ପିଲାଟି ଦିନରୁ ହିଁ ସେ ନୃତ୍ୟ-ସଂଗୀତ ପ୍ରେମୀ । ମାତ୍ର 20 ବର୍ଷ ବୟସ ରେ ହିଁ ନିଜର ସୁପରିଚିତ କଣ୍ଠ ଦ୍ୱାରା ସାରା ବ୍ରହ୍ମପୁର ରେ ଚର୍ଚ୍ଚିତ ଏହି ଚେହେରା । ସେ ବହୁ ଛୋଟ ବଡ ମେଲୋଡି ରେ ନିଜର ପ୍ରତିଭା ଦେଖାଇ ପୁରସ୍କୃତ ହେଇସାରିଛନ୍ତି । ନିଜ ସ୍କୁଲ ଏବଂ କଲେଜ ଜୀବନ ରେ ମଧ୍ୟ ସେ ନିଜର କଣ୍ଠ ର ଦକ୍ଷତା ଦେଖାଇ ସାରିଛନ୍ତି । ଏ କରୋନା କଟକଣା ସମୟରେ ମଧ୍ୟ ସେ ନିଜେ ସୋସିଆଲ ମିଡ଼ିଆ ସହାୟତା ରେ ଲୋକ ଙ୍କୁ ସଚେତନତା କରେଇବା ସହ ବହୁତ ସଂଗୀତ ପରିବେଷଣ କରୁଆସୁଛନ୍ତି । ସ୍ଥାନୀୟ ସିଟି କଲେଜ ରୁ ଡିଗ୍ରୀ ହାସଲ କରିବା ପରେ ଆଗକୁ ସୁଯୋଗ ମିଳିଲେ ସେ ଫିଲ୍ମ କିମ୍ବା ଆଲବମ ରେ ମଧ୍ୟ ସଂଗୀତ ପରିବେଷଣ କରିବାକୁ ଇଛୁକ ଥିବା କହିଛନ୍ତି

LEAVE A REPLY

Please enter your comment!
Please enter your name here