ସାମ୍ବାଦିକ କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି କୁ ତୁରନ୍ତ ଗିରଫ ପାଇଁ “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ” ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ

0
427

ଭଞ୍ଜନଗର(ନିଲୁ ବିଶୋଇ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ରେ ବେଆଇନ ଔଷଧ ଚାଲଣ ହେଉଥିବା ଖବର ପାଇ ସାମ୍ବାଦିକ ପବିତ୍ର କୁମାର ମହାପାତ୍ର ଗତ 16 ତାରିଖ ରେ ଏକ କାର ର ଭିଡିଓ ଉତ୍ତୋଳନ କରିବା ବେଳେ ଏଥିରେ ସୁଜିତ ମହାପାତ୍ର ଉତକ୍ଷିପ୍ତ ହୋଇ ସାମ୍ବାଦିକ ଶ୍ରୀ ମହାପାତ୍ର କୁ ଅସଭ୍ୟ ଭାଷାରେ ଗାଳି ଦେବା ସହ ହତ୍ୟା ଧମକ ଦେଇ ଥିଲେ।ଏ ନେଇ ସାମ୍ବାଦିକ ଶ୍ରୀ ମହାପାତ୍ର ଜଗନ୍ନାଥ ପ୍ରସାଦ ପୋଲିସ ଥାନାରେ ଲିଖିତ ଏତଲା ଦେଇଥିଲେ।ପୋଲିସ ଘଟଣା ର ତଦନ୍ତ କରିବା ସମୟରେ ଅଭିଯୁକ୍ତ ତା ପର ଦିନ ସାମ୍ବାଦିକ ଶ୍ରୀ ମହାପାତ୍ର ନାମରେ ମଧ୍ୟ ପାଲଟା ଲିଖିତ ଏତଲା ଦେଇଥିଲେ।
ସାମ୍ବାଦିକ ଶ୍ରୀ ମହାପାତ୍ର ଙ୍କ ଲିଖିତ ଏତଲା ଅନୁଯାଇ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବା,ସାମ୍ବାଦିକ ଙ୍କ ନାମରେ ହୋଇଥିବା ମିଥ୍ୟା ଏତଲା ଖାରଜ କରିବା,ଓ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପାଇଁ “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ ” ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଙ୍କୁ ଦାବୀ ପତ୍ର ଦିଆ ଯାଇଛି।ଆଗାମୀ 23 ତାରିଖ ମଧ୍ୟରେ ଯଦି ଅଭିଯୁକ୍ତ କୁ ଗିରଫ କରା ନ ଯାଏ ତାହା ହେଲେ “ଜଗନ୍ନାଥ ପ୍ରସାଦ ୱେବ ମିଡ଼ିଆ ସାମ୍ବାଦିକ ସଂଘ” ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖ ରେ 24 ତାରିଖ ଦିନ 10.30 ମିନଟ ଠାରୁ ଶାନ୍ତିପୂର୍ଣ୍ଣ ଧାରଣା ଦେବେ ବୋଲି ଦାବି ପତ୍ର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here