ଗଜପତି ଜିଲ୍ଲାପାଳଙ୍କ ଦିନିକିଆ ଜିରାଙ୍ଗ ଗସ୍ତ

0
367

ଗଜପତି(ଅଂଶୁ ପାଣ୍ଡେ)ଗଜପତି ଜିଲ୍ଲା ମୋହନା ବ୍ଲକ ଓଡ଼ିଶାର ଦୃତିୟ ବୃହତ୍ତମ ବ୍ଲକ । ଏହି ସ୍ଥାନ ସବୁଜ ଗଛଲତା ଜଙ୍ଗଲ ଓ ଝରଣାରେ ଭରପୁର ହେବା ସହ ଆକର୍ଷଣୀୟ ସ୍ଥାନ ହେଉଛି ଜିରାଙ୍ଗ ପଦ୍ମସମ୍ବବ ବୌଦ୍ଧ ମନ୍ଦିର,ଖସଡ଼ା ଜଳ ପ୍ରପାତ । ଏଠିକି ପରିଭ୍ରମଣ ଋତୁ ଆସିଲେ ଓଡ଼ିଶା ତଥା ବାହାର ରାଜ୍ୟରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଏହା ବୁଲିବା ସହ ବହୁ ମଜା ନିଅନ୍ତି । ଏଠି ରହିବା ବ୍ୟବସ୍ଥା ଅତି କମ ଥିବାରୁ ଲୋକେ ନିକଟସ୍ଥ ବଡ ବଡ ହୋଟେଲ କିମ୍ବା ଚନ୍ଦ୍ରଗିରିସ୍ଥ ବଙ୍ଗଳାରେ ରୁହନ୍ତି । ଏଠି ଘର ଭଡା ଅଧିକ ଥିବା ଯୋଗୁଁ ରହିବାକୁ ଇଚ୍ଛା କରନ୍ତି ନାହିଁ ।ଏଥି ପ୍ରତି ଧ୍ୟାନ ଦେଇ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଗତକାଲି ଦିନିକିଆ ଗସ୍ତରେ ପାଞ୍ଚଆମ୍ବ ଆସି ପାନ୍ଥନିବାସ ନିର୍ମାଣ ପାଇଁ ଏକ କୋଟି ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି । ଏହା ସହ ଜିରାଙ୍ଗ ବୌଦ୍ଧମନ୍ଦିର ଯାଇ ନିର୍ମାଣ ହେଉଥିବା ଜଳପ୍ରକଳ୍ପ ପାର୍କ ପରିଦର୍ଶନ କରିଛନ୍ତି । ଏହାକୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟଭରା କରିବା ପାଇଁ ମୁଖ୍ୟ ଲକ୍ଷ୍ୟ ରଖିଛନ୍ତି । ଏହି ଗସ୍ତବେଳେ ଜିଲ୍ଲାପାଳଙ୍କ ସହ ଜିଲ୍ଲା ବନ ଅଧିକାରୀ, ସରକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here