ପୋଡାଖାଲ ଗ୍ରାମରେ ସଡକ ଦୁର୍ଘଟଣା

0
290

ଗଜପତି(ଅଂଶୁ ପାଣ୍ଡେ)ଗଞ୍ଜାମ ଗଜପତି ସିମାନ୍ତ ପୋଡାଖାଲ ଗ୍ରାମରେ ମୋଟରସାଇକଲ ସହିତ ସ୍କୁଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ଉଭୟ ଗାଡି ଆରୋହି ରକ୍ତାକ୍ତ ହୋଇପଡିଛନ୍ତି। ସେମାନେ ହେଲେ ବାଲିସାହି ଗ୍ରାମର ଇଫାଲି ଶବର ଏବଂ ପୋଡାଖାଲ ଗ୍ରାମର ମିହିର ପାତ୍ର।ଗ୍ରାମବାସସୀଙ୍କ ସୂଚନା ପ୍ରକାରେ ଦୁହେଁ ଏକତ୍ର କୗଣସି କାମରେ ଯିବା ସମୟରେ ବର୍ଷା ପ୍ରକୋପରେ ଦୁହେଁ ଭାରସାମ୍ୟ ହରାଇ ଛିଟିକି ପଡିଥିଲେ । ସାନଖେମୁଣ୍ଡି ଅଗ୍ନିଶମ ବିଭାଗ ଅଧିକାରୀ ଷ୍ଟେସନ ଅଫିସର ଶୁଶାନ୍ତ ରଞ୍ଜନ ମହାପାତ୍ର ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହାଞ୍ଚାଇଥିଲେ। ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here