ପାଇଲିପଡ଼ାରେ କୋଭିଡ ସଖୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

0
319

ଗାଙ୍ଗପୁର(ଶିବରାମ ଚୌଧୁରୀ) ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲେ ମଧ୍ୟ ନୂତନ ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି I ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାର ପ୍ରତି ପଞ୍ଚାୟତରେ କୋଭିଡ ସଖୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି I ସେହିପରି ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତରେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ଅଧିକାରୀଣି କ୍ରୀଷ୍ଣା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ କୋଭିଡ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଜୟନ୍ତୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ବ୍ଲକ୍ ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ନାଇକ କୋଭିଡ ସଖୀମାନଙ୍କୁ କୋଭିଡ ସଖୀର ଦାୟିତ୍ଵ ଓ କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ I ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଅଙ୍ଗନଓ୍ଵାଡ଼ି କର୍ମୀମାନେ ପରିଚାଳନା କରିଥିଲେ I ଅନୁରୂପଭାବେ ବ୍ଲକ୍ ର ଗାଙ୍ଗପୁର, ଶାସନ, ଗୋବରା, କ୍ଷତ୍ରିୟବରପୁର ଏବଂ ଖଇରପୁଟି ପଞ୍ଚାୟତରେ ମଧ୍ୟ କୋଭିଡ ସଖୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଶିବିରରେ କୋଭିଡ ସଖୀମାନେ ଘର ଘର ବୁଲି ଲୋକଙ୍କୁ କରୋନା ସମ୍ପର୍କିତ ସଚେତନତା କରାଇବା, ମାସ୍କ ବ୍ୟବହାର, ସାମାଜିକ ଦୂରତ୍ଵ ରକ୍ଷା, ବାରମ୍ବାର ହାତ ଧୋଇବା, ଶିଶୁ ଏବଂ ପ୍ରସୂତିଙ୍କ ଯତ୍ନ , ଅଙ୍ଗନଓ୍ଵାଡ଼ି ଓ ଆଶା କର୍ମୀକୁ ସହଯୋଗ କରିବା ଭଳି କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା I

LEAVE A REPLY

Please enter your comment!
Please enter your name here