ବଜ୍ରାଘାତରେ ଜଣେ ମୃତ

0
260

ହିଞ୍ଜିଳିକାଟୁ: ଵୁଧବାର ଅପରାହ୍ନ ୩ ଘଣ୍ଟ ୩୦ ମିନଟ ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ହିଞ୍ଜିଳି ବଡ ସାହିର ଜଣେ ଗାଈ ଚରାଳୀଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିଞ୍ଜିଳି ଥାନା ଅନ୍ତର୍ଗତ ହିଞ୍ଜିଳି ବଡ ସାହି ଔର୍ଡ ନଂ୨ ଚନ୍ଦ୍ରଶେଖର ମାର୍ଗ ସାହିର ଶିବରାମ ଗୈ।ଡ(୩୮) । ଘଟଣାରୁ ପ୍ରକାଶ ଯେ ଶିବ ଆଜି ନିଜ ଘରୁ ଗାଇ ବାଛୁରି ସହ ମଇଁଷି ଗୁଡ଼ିକୁ ଧରି ଗାଁ ନିକଟସ୍ଥ ଗହିରବିଲମାଳରେ ଚରାଇବାକୁ ନେଇଥିଲେ । ଅପରାହ୍ନ ୩ ଘଣ୍ଟା ୩୦ ମି ସମୟରେ କାଳବୈଶାଖୀ ଏବଂ ବଜ୍ରାଘାତ ହେବାରୁ ସେ ଗୁରୁତର ଆହତ ହୋଇ ଲୋଟିପଡିଥୁଲେ । ଗୁରୁତର ଶିଵଙ୍କୁ ଗ୍ରାମ ବାସୀ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁମୃତ୍ୟୁ ଘୋଷଣା କରିଥିଲେ।ଅନ୍ୟପକ୍ଷରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର ହିଞ୍ଜିଳି ଥାନାରେ ଖଵର ଦେଇଥିଲେ। ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୂମାର ପରିଡା ଓ ହିଞ୍ଜିଳି ରାଜସ୍ବ ନିରୀକ୍ଷକ ଅରବିନ୍ଦ ଦାଶ ପହଚିଂ ରେଡକ୍ରସ ତରଫରୁ 10 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥୁଲେ ।ଏ ନେଇ ହିଞ୍ଜିଳି ଥାନାରେ ୬/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶଵ ଵ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଵଡ ମେଡିକଲକୁ ପଠାଯାଇଛି । ଶିବ ଜଣେ ମେଳାପି ,ମିଷ୍ଟାଭାସି ହୋଇଥୂବାରୁ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here