ବିଜେପି ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

0
434

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ସେବା ସପ୍ତାହ ଅବସରରେ ଗଞ୍ଜାମ ଜିଲ୍ଲା ଆଛୁଲି ଠାରେ ଆଛୁଲି ମଣ୍ଡଳ ବିଜେପି ପକ୍ଷରୁ ଶନିବାର ଦିନ ଚାରାରୋପଣ କରାଯାଇଛି l ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଅରୁଣ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡାଙ୍କ ସମେତ ମଣ୍ଡଳ ସଭାପତି ମାନସ ରଞ୍ଜନ ଗୌଡ଼, ବିଜେପି ମହିଳା ମଣ୍ଡଳ ଉପସଭାପତି ସ୍ୱପ୍ନାରାଣୀ ପ୍ରଧାନ ଯୋଗଦେଇ ଚାରାରୋପଣ କରିଥିବା ବେଳେ ବହୁ କର୍ମୀ, ମହିଳା ସଦସ୍ୟା ଏବଂ ଜନସାଧାରଣ ଉପସ୍ଥିତ ଥିଲେ l 

LEAVE A REPLY

Please enter your comment!
Please enter your name here