ପିଡିଏସ କିରୋସିନ ବଣ୍ଟନରେ ଅନିୟମିତତା ଓ ଦୂର୍ନୀତି ଅଭିଯୋଗ

0
346

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଖାଦ୍ୟ ସୁରକ୍ଷା ନିୟମକୁ କେତେକ ସ୍ଥାନରେ ବେଖାତିରି କରୁଥିବା ଅଭିଯୋଗ ହେଉଛି। ଏମିତି କିଛି ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଜନସାଧାରଣ। ସେମାନଙ୍କ ଅଭିଯୋଗ ମୁତାବକ ସାଧାରଣ ବଣ୍ଟନ କିରୋସିନକୁ କାହାକୁ ଦୁଇ ଲିଟର ଓ ତିନି ଲିଟର ପ୍ରଦାନ କରାଯାଉଥିବା ବେଳେ ରାସନ କାର୍ଡରେ ଚାରି ଲିଟର ଲେଖା ଯାଉଛି। ଖଲିକୋଟ ବ୍ଳକ ଯୋଗାଣ ଅଧିକାରୀ ଧିରେନ ସାହୁଙ୍କ କହିବା ଅନୁଯାୟୀ ଲିଟର ପିଛା ୨୪ ଟଙ୍କା ୨୨ ପଇସା ବର୍ତ୍ତମାନ ସରକାରୀ ଦର ଧାର୍ଯ୍ୟ କରାଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି  ହିତାଧିକାରୀଙ୍କ ଠାରୁ ୩୧ ଟଙ୍କା ଲିଟର ପିଛା କେଉଁ ହିସାବରେ ନିଆଯାଉଛି।  ସାଧାରଣ ନିରକ୍ଷର ଓ ଅଶିକ୍ଷିତ ହିତାଧିକାରୀଙ୍କୁ ଯୋଗାଣ ସହାୟକ , ସରପଞ୍ଚ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଏମିତି ଭାବେ କୌଶଳ କ୍ରମେ ଠକୁଥିବାର ସାଧାରଣରେ ଚର୍ଚ୍ଚା ହେଉଛି । ଯଦି କେହି ଏହାର ପ୍ରତିବାଦ କରେ ,ତାଙ୍କୁ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଦେବା ସହ ଧମକ ଦିଆଯାଉଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଆଇତିପୁର ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଣ ସହାୟକଙ୍କ ଅନୁପସ୍ଥିତିରେ  ତାଙ୍କ ସଂପର୍କୀୟ ଭାଇ ଅଫିସରେ କାମ କରୁଥିବା ଦେଖିବାକୁ ମିଳିଛି। ଯାହାକି ସଂପୂର୍ଣ୍ଣ ବେନିୟମ। ଏନେଇ  ଗଞ୍ଜାମ ଜିଲ୍ଲା ମୂଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଶ୍ରୀ ପତି ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହାର ନିରପେକ୍ଷ ତଦନ୍ତ କରି ଏହି ଦୂର୍ନୀତୀରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖଲିକୋଟ ବ୍ଳକର ଅଧିକାଂଶ ପଞ୍ଚାୟତରେ ଏହି ପରି ଅନୀୟମିତତା ଓ ଦୂର୍ନୀତୀ ହେଉଥିବାର ସାଧାରଣରେ ଚର୍ଚ୍ଚା ହେବାସହ ତାହାର ପ୍ରମାଣ ମଧ୍ୟ ରହିଛି । ଏହି ଦୂର୍ନୀତୀରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଖାଦ୍ୟ ସୁରକ୍ଷା ନିୟମ ଅନୁଯାୟୀ ଗରିବ ହିତାଧିକାରୀଙ୍କ ପାଇଁ ଆସୁଥିବା ସାମଗ୍ରୀକୁ ଖୋଲାଖୋଲି ଭାବେ କରାଯାଉଥିବା କଳାବଜାରୀ ଯଦି ବନ୍ଦ କରା ନଯାଏ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here