ଇତିହାସ ବିଭାଗ ପକ୍ଷରୁ ୱେବିନାର ଅନୁଷ୍ଠିତ

0
369

ହିଞ୍ଜିଳିକାଟୁ(ହିମାଂଶୁ ବେହେରା)ହିଞ୍ଜିଳିକାଟୁ ସ୍ଵୟଂ ଶାସିତ ବିଜ୍ଞାନ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଏକ ଜାତୀୟ ସ୍ତରୀୟ ୱେବିନାର ଅନୁଷ୍ଠିତ ହୋଯାଇଅଛି। ଅଧ୍ୟକ୍ଷା ଡ଼ା. ସ୍ଵସ୍ତିକା ପାଢୀଙ୍କ ତତ୍ତ୍ଵାବଧାନରେ ଅତୀତ ଉପରେ ପୁନଃଭାବନା- ଛାତ୍ରଛାତ୍ରୀଙ୍କ ନୈତିକ ଚରିତ୍ର ଗଠନ ରେ ସାମାଜିକ ଓ ଧର୍ମୀୟ ଇତିହାସ ସମ୍ପର୍କିତ ଏକ ଆଲୋଚନା ଚକ୍ର ଭିଡିଓ କନଫେରେନସିଂ ମାଧ୍ୟମ ରେ ଅନୁଷ୍ଠିତ ହୋଯାଇଅଛି।
କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଇତିହାସ ବିଭାଗର ମୁଖ୍ୟ ଡକ୍ଟର ବବିତା ପାତ୍ର ଓ ଅକ୍ଷୟ କୁମାର ପ୍ରଧାନ । ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଚଣ୍ଡୀଗଡ଼ ସରକାରୀ ସ୍ନାତକୋତର ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ବେଣୁଧର ପାତ୍ର, ଭାରତୀୟ ସାମରିକ ଏକାଡ଼େମୀ, ଡ଼େରାଡ଼ୁନର ସହକାରୀ ପ୍ରାଧ୍ୟାପକ ଡକ୍ଟର ଅଚିନ୍ତ୍ୟ ମହାପାତ୍ର ଓ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ବିଶିଷ୍ଟ ଇତିହାସଲ ପ୍ରାଧ୍ୟାପକ, ବିଶିଷ୍ଟ ସମାଜସେବୀ ତଥା ଗାୟତ୍ରୀ ପରିବାରର ଜିଲ୍ଲା ସଂଯୋଜକ ପ୍ରଫେସର ବୃନ୍ଦାବନ ମିଶ୍ର ଅଂଶଗ୍ରହଣ କରିଥିଲେ । ପ୍ରଫେସର ବେଣୁଧର ପାତ୍ର ଇତିହାସ ବିଷୟରେ ପାଥେୟ କରି ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସୁନ୍ଦର କର୍ମମୟ ଜୀବନଯାପନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଇତିହାସ ବିଭାଗର ମୁଖ୍ୟ ଡକ୍ଟର କବିତା ପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୨୪ ଜଣ ଭାଗୀଦାର ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here