ଖାଉଟି ପେଟରେ ନାତ ; ଭଞ୍ଜନଗର ରେ ପରିବା ଦର ଆକାଶ ଛୁଆଁ

0
476

ଭଞ୍ଜନଗର( ନିଲୁ ବିଷୋୟୀ) ଗୋଟିଏ ପଟେ କୋରନା ମହାମାରୀ ର ଭୟାଭୟତା ଆଉ ଅନ୍ୟ ପଟେ ପରିବାର ପ୍ରତିପୋଷଣା ପାଇଁ ସମସ୍ତଙ୍କ ଚିନ୍ତା। ଆଉ ଏଭଳି ସ୍ଥିତିରେ ଗରିବ ଦିନ ମଜୁରିଆ ଓ ସାଧାରଣ ମଧ୍ୟବିତ୍ତ ଲୋକମାନେ ବଂଚିବା ପାଇଁ ସଂଘର୍ଷ କରୁଥିବା ବେଳେ ଭଞ୍ଜନଗର ବଜାର ଓ ଆଖପାଖ ଅଞ୍ଚଳରେ ଅହେତୁକ ବର୍ଦ୍ଧିତ ପରିବା ଦର ବୃଦ୍ଧି ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ମୁନାଫାଖୋର ବ୍ୟବସାୟୀ ମାନେ ବର୍ଦ୍ଧିତ ଦର ର ଫାଇଦା ଉଠାଇ ଆଳୁ କିଲୋ ୩୫,ପିଆଜ ୨୫/୩୦ , ପୋଟଳ ୭୦ , ଟମାଟୋ ୬୦,ଲଙ୍କା ୮୦, ବାଇଗଣ ୪୦/୫୦ , କଲେରା ୫୦ ଏବଂ ବାଟୁଳା ୮୦ , ହରଡ଼ ଡାଲି ୧୦୦ ଟଙ୍କା ରେ ଓ ଅନ୍ୟାନ୍ୟ ପରିବା ଏବଂ ରାସନ ସାମଗ୍ରୀ ଚଢା ଦର ରେ ବିକ୍ରି କରୁଛନ୍ତି। ସାଧାରଣତଃ ନଦୀ ପାଖାପାଖି ଅଂଚଳରେ ପରିବା ଚାଷ ହୋଇଥାଏ ଏବଂ କୁଲାଡ଼ ପରିବା ହାଟ ଓ ଭଞ୍ଜନଗର ବଜାର ଉପରେ ଅଧିକାଂଶ ଲୋକ ନିର୍ଭର କରିଥାଆନ୍ତି। କିନ୍ତୁ କିଛି ଦିନ ତଳେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ରେ ଜଳସ୍ତର ବୃଦ୍ଧି ପାଇ ପ୍ରାୟତଃ ଫସଲ ଓ ପରିବା ଚାଷ ନଷ୍ଟ ହୋଇଯାଇଛି। ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ସାଧାରଣ ଖାଉଟି ଉପରେ । ଗୋଟିଏ ପଟେ ସରକାର ଖାଉଟି ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ ଏ ପଟେ କିନ୍ତୁ ସାଧାରଣ ଓ ମଧ୍ୟବିତ୍ତ ପରିବାରବର୍ଗ ର ଖାଉଟି ମାନଙ୍କ ପାଇଁ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିଲାଣି। ତେଣୁ ପ୍ରଶାସନ ତରଫରୁ ସାଧାରଣ ଖାଉଟି ଙ୍କୁ ଉପଯୁକ୍ତ ମୂଲ୍ୟରେ ପନିପରିବା ଉପଲବ୍ଧ କରାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଉଟି ମହଲରେ ମତ ପ୍ରକାଶ ପାଇଛି

LEAVE A REPLY

Please enter your comment!
Please enter your name here