ଅବକାରୀ ବିଭାଗର ଚଢ଼ାଉ ବେଆଇନ ଦେଶୀ ମଦ ସହ ୨ ବାଇକ ଜବତ, ୬ ଗୀରଫ ।

0
318

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) ଗଂଜାମ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷିକା ପ୍ରିତିଧାରା ନାୟକ , ଛତ୍ରପୁର ଅବକାରୀ ନିରୀକ୍ଷିକା ଦିପ୍ତିମୟୀ ସାହୁ, ଖଲ୍ଲିକୋଟ ଅବକାରୀ ସହ ନିରୀକ୍ଷକ ଅଜିତ୍ କୁମାର ପାତ୍ର ଓ ଭେଜିପୁଟ ପୋଲିସ୍ ଫାଣ୍ତି ଅଧିକାରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ମିଳିତ ସହଯୋଗରେ ଖଲ୍ଲିକୋଟ ଅଞ୍ଚଳର ନାରାୟଣୀ ଛକ, ଉପୁଲିଆଲପୁର ଓ ସାନଘାଟି ଠାରେ ଚଢ଼ାଉ କରି ୨୦୫ ଲିଟର ଦେଶୀମଦ, ଦୁଇଟି ବାଇକ୍ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ସେପଟେ କରୋନା ମହାମାରୀ ଯୋଗୁଁ ସରକାରୀ ମଦ ଦୋକାନ ପାଇଁ ବିଭିନ୍ନ ସରକାରୀ କଟକଣା ଲାଗୁ ହୋଇଥିବାର ସୁଯୋଗ ନେଇ ବେଆଇନି ମଦ କରବାର ବଢି ଯାଇ ଥିଲେ ମଧ୍ୟ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଜାରି ରହିଛି ଓ ଭବିଷ୍ୟତରେ ଜାରି ରହିବ ବୋଲି ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here