ବାପାର ଠେଙ୍ଗା ମାଡରେ ପୁଅ ମୃତ।

0
556

ଭଞ୍ଜନଗର/ସୋରଡା(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅମୃତୁଲୁ ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାପାର ଠେଙ୍ଗା ମାଡରେ ପୁଅ ମୃତ ବରଣ କରିଛି।ମୃତକ ହେଲେ ଜିତେନ୍ଦ୍ର ବିଷୋୟୀ । ଜିତେନ୍ଦ୍ର 10 ଦିନ ହେଲା ପରିବାର ସହିତ ଗଣ୍ଡଗୋଳ କରି ଆସୁଥିବା ବେଳେ ତାଙ୍କ ଉପରେ ଅତିଷ୍ଠ ହୋଇ ମା ତାର ଝିଅ ଘରକୁ ପଳାଇଥିଲେ।ଆଜି ବାପା ଜୟ ବିଷୋୟୀ ନିଜ ଗୁହାଳ ରେ କାମ କରୁଥିବା ସମୟରେ ପୁଅ ଆସି ପ୍ରଥମେ ବାପା କୁ ଆକ୍ରମଣ କରିଥିଲା।ପୁଅ ର କାର୍ଯ୍ୟ ରେ ବାପା ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ରେ ପୁଅର ମୁଣ୍ଡକୁ ପ୍ରହାର କରିଥିଲେ।ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା।ଖବର ପାଇ ସୋରାଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ବାପା କୁ ଅଟକ ରଖିଥିବା ଜଣାପଡିଛି

LEAVE A REPLY

Please enter your comment!
Please enter your name here