ପୋଲିସ ଉପରକୁ ଆକ୍ରମଣ ; ୨୭ ଗିରଫ

0
427

ଗଜପତି(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ଗାଁରେ ପୋଲିସକୁ ଆକ୍ରମଣ କରି ଗାଡି ଭଙ୍ଗା ରୁଜା ଘଟଣା ସହ ବେଆଇନ ମଦ କାରବାରରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ସମୁଦାୟ ୨୭ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୩ ଶହ ଲିଟର ମଦ ଜବତ କରିବା ସହ ୫ ହଜାର ଲିଟର ପୋଚ ନଷ୍ଟ କରିଛି ପୋଲିସ । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବେଆଇନ ମଦ କାରବାର ହେଉଥିବା ନେଇ ପୋଲିସ ଖବର ପାଇ ବିରିକୋଟ ଗାଁରେ ଚଢ଼ାଉ କରିଥିଲା । ପୋଲିସ ଗାଁରେ ସମ୍ପୃକ୍ତ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ବେଳେ ଗ୍ରମବାସୀ ପୋଲିସ ଉପରେ ଆକ୍ରମଣ କରି ଗାଡି ଭଙ୍ଗାରୁଜା କରିଥିଲେ। ପୋଲିସ ଆଜି ସକାଳେ ଗାଁରେ ଚଢ଼ାଉ କରି ପୋଲିସ୍ ଉପରକୁ ଆକ୍ରମଣ ଓ ଗାଡ଼ି ଭଙ୍ଗା ରୁଜା ଘଟଣାରେ ୧୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ କାରବାରରେ ସମ୍ପୃକ୍ତ ଗାଁର ଆଉ ୧୪ ଜଣଙ୍କୁ ଗିରଫ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଅଛି। ତେବେ ଅଭିଯୁକ୍ତ ସହ କାହାର ସମ୍ପୃକ୍ତି ରହିଛି ପୋଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here