ବର୍ଦ୍ଧିତ ଘର ଟିକସ ବାତିଲ କରିବାକୁ ପିପୁଲ ଫର ଦି ପବ୍ଲିକ ତରଫରୁ କମିଶନର ଙ୍କୁ ଦାବି ପତ୍ର

0
317

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ପିପୁଲ ଫର ଦି ପବ୍ଲିକ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ଙ୍କୁ ଚଳିତ ବର୍ଷ ମହାମାରୀ ଯୋଗୁଁ ଘର ହୋଲଡିଂ ଟେକ୍ସ ଛାଡ ଓ ରିଭାଇଜ୍ଡ ହୋଲଡିଂ ଟେକ୍ସ ଲାଗୁ କରିବା ପୂର୍ବରୁ ଜନ ଶୁଣାଣି ଓଡ଼ିଶା ମହାନଗର ନିଗମଆଇନ,୨୦୦୩ ଅନୁଯାୟୀ କରିବା ପାଇଁ ଏକ ଦାବି ପତ୍ର ପିପୁଲ ଫର ଦି ପବ୍ଲିକ ତରଫରୁ ଦିଆଗଲା । ଏଥି ସହ ମହାନଗର ଅଞ୍ଚଳ ର ସମସ୍ତ ୱ।ର୍ଡ ରେ କୋଭିଡ କମିଟି ଗଠନ କରିବା ପାଇଁ ଦାବୀ କରାଯାଇଛି ।
ସଂଗଠନ ର ସଭାପତି ଆଇନଜୀବୀ ସୁବ୍ରତ ସାହୁ, ସମ୍ପାଦକ ସତୀଶ ପାଣିଗ୍ରାହୀ, କୋଷାଧ୍ୟକ୍ଷ କୁନାଲ ସାହୁ, ପେଟ୍ରନ ହେମାଙ୍ଗ ରାଉଳ, ସଦସ୍ୟା ଆଇନଜୀବୀ ଅଞ୍ଜଳି ମହାନ୍ତି, ପ୍ରଦିପ ସାହୁ, ସନ୍ତୋଷ ଦାସ, ଦିନେଶ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here