ବସ୍ ଦୁର୍ଘଟଣାରେ ମୃତ ପ୍ରବାସୀ ଓଡ଼ିଆଙ୍କ ଶବ ଗାଁ ରେ ପହଞ୍ଚିଲା

0
731

ହିଞ୍ଜିଳିକାଟୁ(ହିମାଂଶୁ ବେହେରା) କରୋନା ସଂକ୍ରମଣକୁ ଦୃଷ୍ଟି ରଖି ପ୍ରବାସୀ ଓଡ଼ିଆ ମାନେ ନିଜ ଭିଟାମାଟିକୁ ଫେରିଥିଲେ। ଦୀର୍ଘ ଦିନ ଧରି ଜୀବିକା ହରାଇ ଘରେ ହାତ ବାନ୍ଧି ବସିଥିଲେ। ବର୍ତ୍ତମାନ ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଇବାରୁ ଜୀବିକା ଅନ୍ୱେଷଣ ପାଇଁ ପ୍ରବାସୀ ଓଡ଼ିଆ ମାନେ ବାହାର ରାଜ୍ୟକୁ ବସ୍ ଯୋଗେ ସୁରାଟ ଗଲା ବେଳେ ଗତ କାଲି ରାଇପୁର ଚେରି ଖେଡ଼ି ନିକଟ ରେ ବସ ଦୁର୍ଘଟଣା ଘଟି ୮ଜଣ ପ୍ରାଣ ଯାଇଛି। ଆଜି ଆମ୍ବୁଲାନ୍ସ ଯୋଗେ ନିଜ ଜନ୍ମ ଭୂମିକୁ ଶବ ହୋଇ ଫେରିଛନ୍ତି ପ୍ରବାସୀ ଓଡ଼ିଆ ମାନେ। ଛତିଶଗଡ଼-ରାଇପୁର ନିକଟରେ ବସ୍ ଟ୍ରକ୍ ଧକ୍କା ହେବା ଫଳରେ ଏଥିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ ୭୦ଜଣ ଯାତ୍ରା କରୁଥିବା ବେଳେ ସେଥି ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହେଇଛି। ବସ୍ ଦୁର୍ଘଟଣା ରେ ହିଞ୍ଜିଳି ବ୍ଲକ ବାଦିଆମ୍ବ ଗାଁର କୈଳାଶ ଜେନା ନାମକ ଜଣେ ଯୁବକଙ୍କ ମଧ୍ୟ ପ୍ରାଣ ହରାଇଛନ୍ତି। ଆଜି ଦିନ ବେଳେ ପ୍ରଶାସନର ସହଯୋଗ ରେ ମୃତ୍ୟୁ ଶରୀର ଗାଁ ରେ ପହଞ୍ଚିଥିଲା। ଗାଁ ରେ ଶୋକକୋଳ ପରିବେଶ ସୃଷ୍ଟି ହେବା ସହ ଆତ୍ମୀୟଙ୍କୁ କାନ୍ଦ ବୋବାଳି ରେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି। ବାଉନୀ ବାଉନୀ କାନ୍ଦୁଥିବା ବାପା ଛେଉଣ୍ଡ ଦୁଇଝିଅ ଓ ଗୋଟିଏ ପୁଅ ଆଜି ବେସହାର ପାଲଟି ଯାଇଛନ୍ତି। ମୃତ୍ୟୁ ଶରୀରକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଉପସ୍ଥିତି ରେ ପରିବାର ବର୍ଗକୁ ପ୍ରଦାନ କରାଯାଇଛି।

LEAVE A REPLY

Please enter your comment!
Please enter your name here