ମର୍ଦ୍ଦକୋଟ ଠାରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ମୃତ 

0
551

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା)ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମେ ବିଷାକ୍ତ ସାପ କାମୁଡ଼ାରେ ଜଣେ ବ୍ୟକ୍ତିଙ୍କ ମୃତ୍ଯୁ ଘଟିଛି l ମୃତକ ଜଣଙ୍କ ହେଲେ ମହୁରୀଆ ସାହିର ଆନନ୍ଦ ପାତ୍ରଙ୍କ ପୁତ୍ର ରବୀନ୍ଦ୍ର କୁମାର ପାତ୍ର (51) l ପ୍ରାପ୍ତ ସୂଚନା ଅନୁଯାୟୀ ମୃତ ରବୀନ୍ଦ୍ର ରବିବାର ଅପରାହ୍ନ 4ଟା ବେଳେ ନିଜ ଚାଷଜମିକୁ ଯାଇଥିବା ସମୟରେ ତାଙ୍କ ପାଦକୁ ଏକ ବିଷଧର ସର୍ପ କାମୁଡିଥିଲା l ତୁରନ୍ତ ତାଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବାପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସ୍ୱାସ୍ଥ୍ୟକେନ୍ଦ୍ରରେ ଖଲ୍ଲିକୋଟ ପୁଲିସ ପହଂଚି ଶବ ଜବତ କରିବା ସହ ଆନୁସଙ୍ଗିକ ବ୍ୟବସ୍ଥା କରିଛି l ମୃତ ରବୀନ୍ଦ୍ରଙ୍କ ସ୍ତ୍ରୀ ସମେତ ଦୁଇ ଝିଅ ଏବଂ ଜଣେ  ପୁଅ ଅଛନ୍ତି l 

LEAVE A REPLY

Please enter your comment!
Please enter your name here