କୋରନା ସଚେତନତା ବାର୍ତ୍ତା ବାଣ୍ଟିଲେ ଜିଲ୍ଲାପାଳ

0
605

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) କୋରନା କୁ ନେଇ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଏକ ନମ୍ବର ରେ ଥିବା ବେଳେ ଏବେ ପ୍ରଶାସନ , ସ୍ୱାସ୍ଥ୍ୟକର୍ମୀ ଓ ଜନ ପ୍ରତିନିଧି ମାନଙ୍କ କଠିନ ପରିଶ୍ରମ ଯୋଗୁଁ ଆଜି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସି ମାତ୍ର ୯୭ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଜଗନ୍ନାଥ ପ୍ରସାଦ ବ୍ଲକ ଗସ୍ତ କରି କୋରନା ମୁକ୍ତ ଗଢିବାକୁ ପରାମର୍ଶ ଦେଇଛନ୍ତି।ଯେତେଦିନ ପର୍ଯ୍ୟନ୍ତ କୋରନା ର କୌଣସି ଔଷଧ ବାହାରି ନାହିଁ ସେତେଦିନ ପର୍ଯ୍ୟନ୍ତ ଆମକୁ ପର୍ବ ପର୍ବାଣୀ,ସଭା ସମିତି ଓ ବିଭିନ୍ନ ଉତ୍ସବ ପାଳନ କରିବା ଉପରେ ସତର୍କ ରହିବାକୁ ପଡିବ।ଭିଡ଼ ଯୋଗୁଁ କୋରନା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ କୁ ଆଜି ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।ଦୋକାନୀ ମାନେ ମଧ୍ୟ ସାମାଜିକ ଦୂରତା, ମାସ୍କ ବ୍ୟବହାର, ବ୍ୟାରିକେଡ ନିର୍ମାଣ ପରି ୫ସୂତ୍ର ପାଳନ କରିବା ସହ ଆମେ ଯଦି ନିୟମ ନ ମାନିବା ତାହେଲେ କୋରନା ପୁଣି ଫେରିବ।ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ।ଆଜି କୋରନା ର ଶେଷ ସଭାରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ସମେତ ବି.ଡି ଓ ସୁରେଶ ଚନ୍ଦ୍ର ପଣ୍ଡା, ତହସିଲଦାର ବାସୁଦେବ ପାଣ୍ଡେ, ଅତିରିକ୍ତ ତହସିଲଦାର ବୈରାଲ ମୁର୍ମୁ, ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଓ ବହୁ ଅଧ୍ୟାପକ , କନ୍ଧମାଳ ସାସଂଦ ପ୍ରତିନିଧି ବିପ୍ରଚରଣ ବାରିକ, ବ୍ଲକ ଉପାଦକ୍ଷ ହିମାଂଶୁ ଶେଖର ବାରିକ, ଅନାଦି ବେହେରା, ଅଧକ୍ଷା ଗୀତାଞ୍ଜଳି ବେହେରା ଓ ବହୁ ସରପଞ୍ଚ, ସମିତିସଭ୍ୟ ,ଜିଲ୍ଲା ପରିଷଦ ସଭ୍ୟ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ,ସ୍ୱାସ୍ଥ୍ୟ କର୍ମୀ ଏବଂ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here