ବେଗୁନିଆପଡ଼ା ପୋଲିସ ପକ୍ଷରୁ ‘ପରୀ – ୩’ ଅଭିଯାନ…୭ ଶିଶୁ ଶ୍ରମିକ ଉଦ୍ଧାର l

0
660

ବେଗୁନିଆପଡା,୩/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ)-: ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚାଲିଥିବା ‘ପରୀ-୩’ ଅଭିଯାନରେ ଆଜି ବେଗୁନିଆପଡ଼ା ପୋଲିସ ଦ୍ୱାରା ବେଗୁନିଆପଡ଼ାର ବିଭିନ୍ନ ଅନୁଷ୍ଠାନରେ ଚଢାଉ କରି ୭ଜଣ ନାବାଳକଙ୍କୁ ଉଦ୍ଧାର କରିଛି l ଆଜି ପୂର୍ବାହ୍ନରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା କଞ୍ଚଣା ଛକର ଏକ ମୋଟର ଗ୍ୟାରେଜ୍, ବେଗୁନିଆପଡ଼ାର ଦୁଇଟି ହୋଟେଲ, ଏକ ଟାଇଲ୍ ଦୋକାନ ଓ ଅନ୍ୟ ବ୍ୟବସାୟିକ ଅନୁଷ୍ଠାନରୁ ମୋଟ ୭ଜଣ ନାବାଳକ ଶ୍ରମିକଙ୍କୁ ଉଦ୍ଧାର କରି ଫାଣ୍ଡିକୁ ଆଣି ତାଙ୍କ ପରିବାର ଲୋକଙ୍କୁ ଡାକି ହସ୍ତାନ୍ତର କରିଛନ୍ତି l ଏହା ସହିତ ଏହି ଶ୍ରମିକ ମାନଙ୍କୁ କାମରେ ନିୟୋଜିତ କରିଥିବା ମାଲିକ ଙ୍କ ପାଇଁ କେଉଁ ଦଣ୍ଡ ବ୍ୟବସ୍ଥା ହେବ ତାହା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ ଅନୁସାରେ କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here