ଭାରତରେ ଜନ୍ମିତା ଡାକ୍ତର ଭାଷା ମୁଖାର୍ଜୀ ହେଲେ ମିସ ଇଂଲଣ୍ଡ ୨୦୧୯

0
833

ନୂଆ ଦିଲ୍ଲୀ ୩/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗୁରୁବାର ଦିନ ଲଣ୍ଡନ ଠାରେ ଅନୁଷ୍ଠିଥା ଲଣ୍ଡନ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ଭାରତରେ ଜନ୍ମଗ୍ରହଣ କରିଥିବା୨୩ ବର୍ଷୀୟ ବ୍ରିଟିଶ ଭାରତୀୟ ଡାକ୍ତର ଭାଷା ମୁଖାର୍ଜୀ ମିସ ଇଂଲଣ୍ଡ ୨୦୧୯ ହୋଇଛନ୍ତି | ଏହା ଭାରତୀୟମାନଙ୍କ ପାଇଁ ଏକ ଗର୍ବର ବିଷୟ |
ବିଶେଷ ସୂତ୍ରରୁ ଜଣାପଡିଛି ଯେ ଲଣ୍ଡନ ସୁନ୍ଦରୀ ଭାଷା ଭାରତରେ ଜନ୍ମ ଗ୍ରହଣ କରିଥିଲେ ଓ ୯ବର୍ଷ ବୟସରେ ସେ ତାଙ୍କ ପରିବାର ସହ ବ୍ରିଟେନ ଚାଲିଯାଇଥିଲେ | ସେଠାରେ ସେ ନଣ୍ଟିଂହାମ ବିଶ୍ୱବିଦ୍ୟାଳୟରେ ଦୁଇଟି ବିଷୟରେ ସ୍ନାତକ ପଢିଥିଲେ ଯଥା-ମେଡିକାଲ ସାଇନ୍ସ ଏବଂ ମେଡ଼ିସିନ ଓ ସର୍ଜରୀ | ଲଣ୍ଡନ ସୁନ୍ଦରୀ ଜିତିବା ପରେ ବୋଷ୍ଟନସ୍ଥିତ ଲିଙ୍କନସାୟର ଚିକିତ୍ସାଳୟରେ ସେ ଜୁନିଅର ଡାକ୍ତର ଭାବରେ ନିଜର ବୃତି ଆରଂଭ କରିଛନ୍ତି | ତାଙ୍କର ଆଇକ୍ୟୁ ଲେବଲ ହେଉଛି ୧୪୬,ଯାହାକି ତାଙ୍କର ବ୍ୟକ୍ତିତ୍ୱକୁ ଆହୁରି ଅସାଧାରଣ କରାଉଛି ଓ ସେ ପାଞ୍ଚଟି ଭାଷାରେ କଥାବାର୍ତା କରିବାରେ ପାରଙ୍ଗମ | ମିସ ଇଂଲଣ୍ଡ ହେବା ପରେ ଏଠାରେ ଡିସେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ମିସ ୱାର୍ଲଡ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି | ଲଣ୍ଡନ ଏହି ପ୍ରତିଯୋଗିତାର ଆୟୋଜନ ଭାର ଗ୍ରହଣ କରିଛି | ଭାଷାଙ୍କ କହିବା ଅନୁସାରେ ସାଧାରଣ ଲୋକଙ୍କ ଭାବଧାରା ଥଏଯେ ସୌନ୍ଦର୍ୟ ପ୍ରତିଯୋଗିତାରେ ଭାଗ ନେଉଥିବା ମହିଳା ମାନେ ଉଚ୍ଚ ଶିକ୍ଷିତା ନଥାନ୍ତି,କିନ୍ତୁ ଭାଷା ମୁଖାର୍ଜୀ ଏହାକୁ ଭୁଲ ବିବେଚିତ କରିଛନ୍ତି | ତାଙ୍କର ଏହି ଦୁଇ କ୍ଷେତ୍ରର ସଫଳତା ଯଥା ଡାକ୍ତର ଓ ଲଣ୍ଡନ ସୁନ୍ଦରୀ ବିଶ୍ଵଦରବାରରେ ଭାରତ ପାଇଁ ନିଶ୍ଚିତ ଭାବରେ ଗୌରବର କଥା |

LEAVE A REPLY

Please enter your comment!
Please enter your name here