ବ୍ରହ୍ମପୁରବାସୀଙ୍କୁ ଏସ.ପି ପିନାକ ମିଶ୍ରଙ୍କ ସତର୍କ ବାର୍ତ୍ତା

0
1769

ବ୍ରହ୍ମପୁର ୩ /୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ସହରରେ କିଛିଦିନ ହେବ କିଛି ଅପରାଧୀ ନିଜକୁ ପୋଲିସ ବୋଲି ପରିଚୟ ଦେଇ ସୁନାଗହଣା ଲୁଟିବାରେ ସକ୍ରିୟ ହୋଇ ଉଠିଛନ୍ତି | ପୋଲିସ ବିଭାଗ ଦ୍ୱାରା ମାଇକ ଯୋଗେ ନକଲି ପୋଲିସ ପ୍ରତି ସାବଧାନ ପ୍ରଚାର କରିବା ସତ୍ୱେ ଏହିପରି ଚାରୋଟି ଲୁଟ ଘଟଣା ଗତ ମାସରେ ଘଟିଯାଇଛି |
ଏହି ଅପରାଧୀ ମାନେ ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ଅଭିନବ କୌଶଳ ଅବଲମ୍ବନ କରି ଠକାମିର ଶିକାର କରୁଛନ୍ତି ଓ ଏହି ଅପରାଧୀ ମାନେ ହିନ୍ଦୀ ଭାଷାରେ କଥାଭାଷା ହେଉଥିବା ଜଣାପଡିଛି | ଏହି ଅପରାଧିଗୋଷ୍ଠି ପୋଲିସ କର୍ମଚାରୀଙ୍କ ମିଥ୍ୟା ପରିଚୟ ଦେଇ ମହିଳା ମାନେ ପିନ୍ଧିଥିବା ସ୍ଵର୍ଣ ଅଳଙ୍କାର ମାଗି,ରାହାଜାନି ଅପରାଧ ଘଟୁଥିବା ଉଦାହରଣ ଦେଇ କୌଶଳ କ୍ରମେ ଅଳଙ୍କାର ଗୁଡିକୁ ଏକ କାଗଜ ପୁଡା କରିଦେଉଛନ୍ତି | ପରେ ଏହି ଅଳଙ୍କାର ପୁଡା ବଦଳରେ କିଛି ଗୋଡି ଥିବା କାଗଜ ପୁଡା ସେମାନଙ୍କୁ ଧରାଇ ଘଟଣା ସ୍ଥଳରୁ ଆନ୍ତର୍ଧ୍ୟାନ ହୋଇଯାଉଛନ୍ତି |
ଏଠାରେ ପ୍ରଣିଧାନ ଯୋଗ୍ୟଯେ,କର୍ତବ୍ୟରତ ପୋଲିସ କର୍ମଚାରୀ ସାବାସାଧାରଣ ସ୍ଥାନରେ କୌଣସି ବ୍ୟକ୍ତିଙ୍କୁ ସେମାନଙ୍କ ସୁନାଗହଣା ଦେବା ପାଇଁ କହନ୍ତି ନାହିଁ | ଯଦି କୌଣସି ମକଦ୍ଧମା ସଂକ୍ରାନ୍ତରେ ପୋଲିସ ସୁନାଗହଣା ଜବତ କରେ,ତେବେ ଜବତ ସୁନାର ତାଲିକା ପ୍ରସ୍ତୁତ କରେ ଓ ଏହାର ନକଲ ବା ବିଲ ଥିବା ଲୋକଙ୍କୁ ଗହଣା ହସ୍ତାନ୍ତର କରାଯାଏ |
ଯଦି କୌଣସି ସର୍ବସାଧାରଣ ସ୍ଥାନରେ ଅଟକାଇ କେହି ସୁନାଅଳଂକାର ମାଗେ ତେବେ ତୁରନ୍ତ ନିକଟସ୍ଥ ପୋଲିସ ଥାନାକୁ ଖବର ଦେବା ପାଇଁ କିମ୍ବା ଆଖପାଖରେ ଥିବା ଲୋକଙ୍କୁ ପାଟିକରି ଜଣାଇ ସତର୍କ କରାଇବା ପାଇଁ ପୋଲିସ ବିଭାଗ ତରଫରୁ ସତର୍କ କରାଯାଇଛି | ଏହି ନକଲି ପୋଲିସ ସାଜିଥିବା ଅପରାଧିଗୋଷ୍ଠିକୁ ଧରିବା ପାଇଁ ପୋଲିସ ବିଭାଗ ଚେଷ୍ଟା ଜାରି ରଖିବା ସହ ଲୋକଙ୍କ ସଜାଗ ରହିଲେ ଅପରାଧୀଙ୍କୁ ଧରିବା ସହଜ ହେବ | ତେଣୁ ଜନସାଧାରଣଙ୍କୁ ବ୍ରହ୍ମପୁର ଏସ.ପି ଶ୍ରୀଯୁକ୍ତ ପିନାକ ମିଶ୍ରଙ୍କ ତରଫରୁ ଅନୁରୋଧ ଯେ ଏହି ଅପରାଧୀଗୋଷ୍ଠୀର କୌଶଳ ପ୍ରତି ଆପଣମାନେ ସଜାଗ ରୁହନ୍ତୁ ଓ ଏମାନଙ୍କ ସଂପର୍ଶରେ ଆସିଲେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ |

LEAVE A REPLY

Please enter your comment!
Please enter your name here