ଖଲ୍ଲିକୋଟ ବ୍ଲକରେ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ କରୋନା ସ୍ଥିତି ସମିକ୍ଷା କଲେ ଗଞ୍ଜାମ ଜିଲ୍ଲାପାଳ

0
319

ଖଲ୍ଲିକୋଟ(ପ୍ରଦୀପ୍ତ କୁମାର ସାହୁ) କରୋନା ମହାମାରୀର ସ୍ଥିତି ଗଞ୍ଜାମ ଜିଲ୍ଲାରେ ସୁଧୁରୁଥିବା ବେଳେ ଗଞ୍ଜାମ ବାସୀଙ୍କୁ ସଚେତନତା ସତର୍କତାର ଆହୁରି ଆବଶ୍ୟକତା ରହିଥିବା ବିଷୟରେ ଆଜି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଖଲିକୋଟ ପଞ୍ଚାୟତ ସମିତି ସଭାଗୃହରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଖଲିକୋଟ ବିଡ଼ିଓ ନବକୃଷ୍ଣ ଜେନା, ତହସିଲଦାର ଚକ୍ରଧର ପାଢ଼ୀ, ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ପ୍ରଦୀପ କୁମାର ଗନ୍ତାୟତ, ଖଲ୍ଲିକୋଟ NAC ର କାର୍ଯ୍ୟନିର୍ବାହି ଅଧିକାରୀ ରାମ ଚନ୍ଦ୍ର ମିଶ୍ର, ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଳକ ଅଧ୍ୟକ୍ଷା ମୀନାକ୍ଷୀ ସାହୁଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ,ସଭ୍ୟା ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ସମିକ୍ଷା ବୈଠକରେ ବିଶେଷତଃ ଦୋକାନୀ ମାନଙ୍କ ପାଇଁ ପଞ୍ଚସୂତ୍ରୀ ନିୟମ ପାଳନ ପାଇଁ ଗୁରୁତ୍ୱ ଦେବା ପାଇଁ କହିଥିଲେ। ଯେମିତିକି ଦୋକାନ ସାମ୍ନାରେ ବ୍ୟାରିକେଟ କରିବା, ଗ୍ରାହକଙ୍କ ମଧ୍ୟରେ ଦୂରତ୍ୱ ପାଇଁ ଗୋଲ ଚିହ୍ନ କରିବା, ସାନିଟାଇଜର ବ୍ୟବହାର କରିବା, ଦୋକାନୀ ଓ ଗ୍ରାହକ ଉଭୟ ମାସ୍କ ପିନ୍ଧିବା, ଦୋକାନ ଆଗରେ ମାସ୍କ ନାହିଁ ତ ଗୁଡ୍ସ ନାହିଁ ଲେଖିବା ଓ ଦୋକାନ କୁ ଆସୁଥିବା ଅଜଣା ଗ୍ରାହକଙ୍କ ଠିକଣା ସହ ଯୋଗାଯୋଗ ନମ୍ବର ଲେଖି ରଖିବାକୁ ଦୋକାନୀ ମାନଙ୍କୁ ଜଣାଇବା ପାଇଁ କହିଥିଲେ । ସଭା ଶେଷରେ ସଭାଗୃହରେ ଥିବା ସମସ୍ତ ବ୍ୟକ୍ତି ହାରିବ କରୋନା ଜିତିବ ଗଞ୍ଜାମ ସ୍ଲୋଗାନ ଦେଇ ସଭାସାଙ୍ଗ୍ କରିଥିଲେ । ତା ସହ ଜାତୀୟ ରାଜପଥ କଡ଼ରେ ଥିବା କେଶପୁର ବଜାରରେ ଦୋକାନୀ ମାନେ ନିୟମ ମାନୁ ନଥିବା ଦର୍ଶାଇ, ସେମାନଙ୍କ ଉପରେ କଡା ନଜର ରଖିବାକୁ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here