ଅବକାରୀ ବିଭାଗର ଚଢ଼ାଉ, ୨୦ ଜଣ ଗିରଫ

0
323

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଗଞ୍ଜାମ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଟ ଅଭିମନ୍ୟୁ ବେହେରାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସେପ୍ଟେମ୍ବର ୨ ତାରିଖ ସକାଳେ ଆସିକା ଅଞ୍ଚଳରେ ଏକ ବଡ ଧରଣର ଅବକାରୀ ଧରପଗଡ଼ କରାଯାଇ ରନ୍ଧା ମଦ, ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ ସହ ୨୦ ଜଣଙ୍କୁ ଗିରଫ କରାଯାଇଛି। ଆସିକା ଅଞ୍ଚଳର ପାକଳାପଲ୍ଲୀ ଏରୋଗୁଲା କ୍ୟାମ୍ପ , ଆଇବି ଏରୋଗୁଲା କ୍ୟାମ୍ପ, ସନ୍ତୋଷି ମାଆ ଏରୋଗୁଲା କ୍ୟାମ୍ପ, ଗଣ୍ଡାପଲ୍ଲୀ, ଠେଙ୍ଗାପଲ୍ଲୀ ଓ ଜଗନ୍ନାଥପଲ୍ଲୀ ଏରୋଗୁଲା କ୍ୟାମ୍ପରେ ଅତର୍କିତ ଚଢ଼ାଉ କରାଯାଇ ମଦ ବିକ୍ରି ଓ ରନ୍ଧା ଅଭିଯୋଗ ରେ ୨୦ ଜଣଙ୍କୁ ଗିରଫ କରିବା ସହ ଦୁଇ ହଜାର ପାଞ୍ଚ ଲିଟର ରନ୍ଧା ମଦ, ୧୭,୫୫୦ ଲିଟର ଗୁଡ ମିଶ୍ରିତ ମହୁଲି ପୋଚ ଓ ବହୁ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗ ଡେପୁଟି ସୁପରିଟେଣ୍ଟ ଶ୍ରୀ ବେହେରାଙ୍କ ସମେତ ଅବକାରୀ ନିରୀକ୍ଷକ ପ୍ରିତିଧରା ନାୟକ ଓ ଧୀରେନ କୁମାର ବେହେରା, ଅବକାରୀ ଉପ ନିରୀକ୍ଷକ ମୋହନ ପ୍ରଧାନ ଓ ଦୁର୍ଯ୍ୟୋଧନ ଦିଗାଲ, ସହକାରୀ ଉପ ନିରୀକ୍ଷକ ସ୍ମିତା ପଣ୍ଡା, ବିଜୟ ମଲିକ ଓ ଶ୍ରୀ ପଣ୍ଡା ଏବଂ ୧୬ ଜଣ କନେଷ୍ଟବଳ ଅଂଶ ଗ୍ରହଣ କରିଥିଲେ। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୬ ଜଣ ମହିଳା ଓ ୧୪ ଜଣ ପୁରୁଷ ଥିବାବେଳେ ସମସ୍ତ ୨୦ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଲକ ଡାଉନର ମଉକାରେ ଚୋର ମଦ କାରବାର ବୃଦ୍ଧି ପାଇଥିବା ବେଳେ ଏମଧ୍ୟରେ ୨୪ ଟି ଅବକାରୀ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here