ଖଣ୍ଡବିଖଣ୍ଡ ମୃତ୍ୟୁ ଦେହ ଉଦ୍ଧାର

0
546

ହିଂଜିଲିକାଟୁ(ହିମାଂଶୁ ବେହେରା)ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଧିନ ସାପୁଆପଲ୍ଲୀ ଓ ଶାସନ ଆମ୍ବଗାଁ ମଧ୍ୟରେ ଥିବା ଏକ ଲଟାବୁଦା ନିକଟରେ ଆଜି ଖଣ୍ଡବିଖଣ୍ଡ ଅବସ୍ଥାରେ ଏକ ଶବ ଉଦ୍ଧାର ହୋଇଛି । ମୃତକ ଜଣକ ସାପୁଆପଲ୍ଲୀ ଗାଁର ପୀତବାସ ସେଠୀ ବୋଲି ଜଣାପଡିଛି । ସେ ଗତ ୪ ଦିନ ଧରି ନିଖୋଜ ଥିଲେ । ଆଜି ଗଳିତ ଶବକୁ ଦେଖି ଗାଁ ଲୋକେ ହିଞ୍ଜିଳି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦେହର ଗୋଟିଏ ହାତ ନଥିବା ବେଳେ ବ୍ୟବହୃତ ହୋଇଥିବା ସାର୍ଟ ଓ କିଛି ଖାତା ଘଟଣାସ୍ଥଳରେ ପଡିଥିବା ଦେଖିବାକୁ ମିଳିଛି । ତେବେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here