ଜିଲ୍ଲା ତଥା ବ୍ରହ୍ମପୁର ରେ ଟ୍ରେନ ଷ୍ଟପେଜ ପୁନଃ ସ୍ଥାପନ କର;ଜିଲ୍ଲା କଂଗ୍ରେସ

0
318

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲା ରେ କରୋନା ସଂକ୍ରାମଣ କୁ ଦେଖି ବ୍ରହ୍ମପୁର ତଥା ଜିଲ୍ଲା ରେ ଟ୍ରେନ ସେବା ବ୍ୟବସ୍ଥା କୁ ବନ୍ଦ କରି ଦେଇ ଥିଲେ l ଓଡ଼ିଶାରୁ ପ୍ରାୟ ୨୦ଟି ଯାତ୍ରୀବାହୀ ଟ୍ରେନ ବିଭିନ୍ନ ରୁଟ୍ ରେ ଯାତାୟାତ କରୁଛି। ବ୍ରହ୍ମପୁର ରେଳ ଷ୍ଟେସନ ଅତିକ୍ରମ କରି ବମ୍ବେ,ଦିଲ୍ଲୀ, ବେଙ୍ଗାଳୁରୁ, ଅହମଦାବାଦ, କଲିକତା ଭଳି ସହରକୁ ଟ୍ରେନ ଯାଉଛି। କିନ୍ତୁ ଉଦବେଗ ର ବିଷୟ ଯେ କରୋନା ପରିପ୍ରେକ୍ଷୀ ରେ ସମସ୍ତ ଗମନା ଗମନ ବ୍ୟବସ୍ଥା ର ପୁନଃ ସ୍ଥାପନ ହେବା ସ୍ଥଳେ, ବର୍ତମାନ ସୁଦ୍ଧା କୌଣସି ଟ୍ରେନ ବ୍ରହ୍ମପୁର ରେଳ ଷ୍ଟେସନରେ ରହୁନାହିଁ। ଗଞ୍ଜାମ ସୀମା ବାଲୁଗାଁ ଓ ଇଛପୁରରେ ରେଳ ରହୁଛି। କେବଳ ବ୍ରହ୍ମପୁର ନୁହେଁ ଗଞ୍ଜାମ ଜିଲ୍ଲାର କୌଣସି ଷ୍ଟେସନରେ ରେଳ ରହୁନାହିଁ। ରାଜ୍ୟ ସରକାର ଙ୍କ ଅନୁରୋଧ ଫଳରେ ରେଳ ମନ୍ତ୍ରାଳୟ ଚିଠି ଲେଖି ଟ୍ରେନ ଷ୍ଟପେଜ୍ ବାତିଲ କରିଥିବା ସୂଚନା ରହିଛି। ବ୍ରହ୍ମପୁର ଷ୍ଟେସନରୁ ପ୍ରତିଦିନ ପ୍ରାୟ ୫ ହଜାର ଲୋକ ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାଇଥାନ୍ତି। ବ୍ରହ୍ମପୁର ଷ୍ଟେସନ ଏକ ବଡ଼ ଲିଙ୍କ୍ ହୋଇଥିବାରୁ ସରକାର ପ୍ରଚୁର ରାଜସ୍ବ ପାଇଥାନ୍ତି। କିନ୍ତୁ ରହଣି ବାତିଲ ହୋଇଥିବାରୁ ଯାତ୍ରୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାହାର ରାଜ୍ୟରୁ ଓଡ଼ିଶା ଆସୁଥିବା ଗଞ୍ଜାମ ଜିଲ୍ଲାର ଯାତ୍ରୀ ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇ ବ୍ରହ୍ମପୁର ଆସୁଛନ୍ତି। ଏହାଫଳରେ ଅଯଥା ଖର୍ଚ୍ଚାନ୍ତ ହେବା ସହ ଅଧିକ ସମୟ ନଷ୍ଟ ହେଉଛି। ସେହିପରି ବ୍ରହ୍ମପୁର ଓ ଭୁବନେଶ୍ବର ମଧ୍ୟରେ ଚଳାଚଳ କରୁଥିବା ଡି ଏମ୍ ୟୁ କୁ ପୁନଃ ଚାଲୁ କରିବାକୁ ଦାବି କରୁଛି ଗଞ୍ଜାମ ଜିଲ୍ଲା କଂଗ୍ରେସ। ସରକାର ଲକ୍ ଡାଉନ୍ ଓ ସଟ ଡାଉନ୍ ପ୍ରତ୍ୟାହାର କରିବା ପରେ ସ୍ଥିତି ସ୍ଵାଭାବିକ ହେଉଛି। ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଉଥିବା ସୂଚନା ମିଳିଛି। ଏଭଳି ପରିସ୍ଥିତିରେ ବ୍ରହ୍ମପୁର ସମେତ ଜିଲ୍ଲାର ଅନ୍ୟାନ୍ୟ ରେଳ ଷ୍ଟେସନରେ ପୂର୍ବଭଳି ଟ୍ରେନ ରହଣୀ ପୁନଃ ଚାଲୁ କରିବାକୁ ଗଞ୍ଜାମ ଜିଲ୍ଲା କଂଗ୍ରେସ ଦାବି କରୁଛି। ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରେଳ ରହଣୀ ସ୍ଵାଭାବିକ କରିବା ଜରୁରୀ ମନେ କରୁଛୁ। ଏହାକୁ ତୁରନ୍ତ କାର୍ଯ୍ୟକାରୀ ନକଲେ କଂଗ୍ରେସ ବ୍ରହ୍ମପୁର ଦେଇ ଯାଉଥିବା ଟ୍ରେନ ଗୁଡିକୁ ଅଟକାଇ ବାକୁ ହେବ। ଅତଏବ ରାଜ୍ୟ ସରକାର ତୁରନ୍ତ ବ୍ରହ୍ମପୁର ଷ୍ଟେସନ ରେ ପୁନଃ ଟ୍ରେନ ରହିବାର ବ୍ୟବସ୍ଥା ଶୀଘ୍ର କରନ୍ତୁ l

LEAVE A REPLY

Please enter your comment!
Please enter your name here