ପ୍ରଶାସନ ଦ୍ୱାରା ପେଟ୍ରୋଲ ପମ୍ପରେ କରୋନା କଟକଣା ତଦାରଖ

0
332

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିଥିବା ବେଳେ ପ୍ରଶାସନ ତରଫରୁ କରୋନା କଟକଣା ପାଳନ ଓ ଦୋକାନ ମାନଙ୍କୁ ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି ।ଆଜି ବେଲଗୁଣ୍ଠା ଜଗନ୍ନାଥ ପ୍ରସାଦ ଏସାର୍ ପେଟ୍ରୋଲ ପମ୍ପ ଠାରେ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ଉପସ୍ଥିତ ରହି ପେଟ୍ରୋଲ୍ ପକାଇବାକୁ ଆସୁଥିବା ଗ୍ରାହକ ମାନଙ୍କ ସଚେତନ କରାଇବା ସହ କରୋନା କଟକଣା ନିୟମ ପାଳନ କରିବା ପାଇଁ କହିଥିଲେ ।ଏଥି ସହିତ ପେଟ୍ରୋଲ୍ ପମ୍ପ ସେଲ୍ସ ମ୍ୟାନ ଏବଂ କର୍ତ୍ତୃପକ୍ଷଙ୍କୁ ପଞ୍ଚସୁତ୍ରୀ ନିୟମ ପାଳନ କରିବା ପାଇଁ କହିଥିଲେ ।

LEAVE A REPLY

Please enter your comment!
Please enter your name here