ଜିଲ୍ଲାର ସମସ୍ତ ଆଧାର ପଞ୍ଜିକରଣ କେନ୍ଦ୍ର ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲ୍ଲାପାଳ

0
286

ଛତ୍ରପୁର(ନ୍ୟୁଜଏକ୍ସଟ୍ରା) କରୋନା ଭୟାବହତା ଯୋଗୁଁ ଆଧାର ପଞ୍ଜିକରଣ କେନ୍ଦ୍ର ଗୁଡିକ ଚଳିତ ବର୍ଷ ମାର୍ଚ୍ଚମାସ ୨୦ ତାରିଖ ଠାରୁ ବନ୍ଦ କରାଯାଇ ପଞ୍ଜିକରଣ କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା । ଏଥିଯୋଗୁଁ ଅନେକ ହିତାଧିକାରୀ ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତୁରନ୍ତ ଆଧାର ପଞ୍ଜିକରଣ କେନ୍ଦ୍ର ଗୁଡିକ ଖୋଲିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା, ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ସ୍ତରରେ ରହିଥିବା ଆଧାର ପଞ୍ଜିକରଣ କେନ୍ଦ୍ରଗୁଡିକ ସଠିକ ସାନିଟାଇଜେସନ୍ ଓ ସାମାଜିକ ଦୂରତ୍ବ ବଜାୟ ରଖି ପଞ୍ଜିକରଣ କରନ୍ତୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here