ବେଲଗୁଣ୍ଠା ଏନ୍.ଏ.ସିରେ ଭ୍ରାମ୍ୟମାଣ ଯାନରେ କରୋନା ପରୀକ୍ଷା ଆରମ୍ଭ,ପ୍ରଥମ ଦିନରେ ୨୨ ଜଣଙ୍କ ପରୀକ୍ଷା

0
290

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବେଲଗୁଣ୍ଠା ସହରରେ ଭ୍ରାମ୍ୟମାଣ କରୋନା ପରୀକ୍ଷା ଯାନ ଦ୍ୱାରା ସହରବାସୀଙ୍କ ଆଣ୍ଟିଜେନ୍ ପରୀକ୍ଷା ଆରମ୍ଭ ହୋଇଛି ।ଗତ ରବିବାର ଭଞ୍ଜନଗର ଉପଜିଲ୍ଲାପାଳ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଆଜି ପ୍ରଥମ ଦିନରେ ଜଗନ୍ନାଥ ପ୍ରସାଦ ରୋଡ୍ ବ୍ୟବସାୟ ମାନଙ୍କ ଆଣ୍ଟିଜେନ୍ ପରୀକ୍ଷା ହୋଇଥିଲା ।ସମୁଦାୟ ୨୨ ଜଣଙ୍କ ପରୀକ୍ଷା ହୋଇଥିବା ବେଳେ ସମସ୍ତେ କରୋନା ନେଗଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି ।ସହରବାସୀ ମାନେ ସ୍ୱତଃପ୍ରବୃତ ଭାବରେ ନିଜ ନିଜ ପରୀକ୍ଷା କରାଇ ବେଲଗୁଣ୍ଠା ସହରକୁ କରୋନା ମୁକ୍ତ ସହର କରିବା ପାଇଁ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here