କରୋନା କଟକଣା ମଧ୍ୟରେ ଗାଙ୍ଗପୁରରେ ଐତିହାସିକ ନଳ ଯାତ୍ରା ପାଳିତ I

0
299

ଗାଙ୍ଗପୁର(ଶିବରାମ ଚୌଧୁରୀ) ପ୍ରତିବର୍ଷ ଭଳି ଚଳିତ ବର୍ଷ ବେଲଗୁଣ୍ଠI ବ୍ଲକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମରେ ଐତିହାସିକ ନଳ ଯାତ୍ରା ପାଳିତ ହୋଇଯାଇଛି I କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଗ୍ରାମବାସୀଙ୍କୁ ନେଇ କୋଭିଡ-19 ର ସମସ୍ତ ମାର୍ଗଦର୍ଶିକାକୁ ଅନୁସରଣ କରି ବିଧି ରକ୍ଷା ପୂର୍ବକ ଏହି ଉତ୍ସବ ପାଳନ କରାଯାଇଥିଲା I ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ କୃଷକ ମାନଙ୍କ ଧର୍ମୀୟ ଭାବନା ଏବଂ ଈଶ୍ଵର ବିଶ୍ଵାସକୁ ଦୃଷ୍ଟିରେ ଏହାକୁ କରୋନା ପାଇଁ ସଂପୂର୍ଣ୍ଣ ବନ୍ଦ ନ କରି ନିର୍ଦ୍ଦିଷ୍ଟ କଟକଣା ଭିତରେ ପାଳିବାକୁ ଗ୍ରାମ୍ୟ କମିଟି ନିଷ୍ପତି ନେଇଥିଲା I ସୂଚନା ପ୍ରକାରେ ଏହି ପର୍ବରେ ପ୍ରତିବର୍ଷ ଭଳି ନିକଟ ଜଙ୍ଗଲରୁ ବାର ହାତ ଲମ୍ବର ତିନୋଟି ବାଉଁଶ ଆଣି ସେଗୁଡ଼ିକୁ ଗ୍ରାମର ତିନି ଆରାଧ୍ୟ ଦେବୀ ଗ୍ରାମ ଦେବତୀ ,ମାଆ କାଳୀ ଏବଂ ମାଆ ରତ୍ନେଇଙ୍କ ରୂପରେ ସ୍ନାନ କରାଇ ରଙ୍ଗବେରଙ୍ଗ କପଡା, ଫୁଲ ହାର ଏବଂ ଚୂଆ ଚନ୍ଦନରେ ସଜେଇ ଦିଆ ଯାଇଥିଲା I ଗ୍ରାମର ହରି ଗୌଡଙ୍କ ଘରୁ ବିଧି ମୁତାବକ ଦେବୀଙ୍କୁ ଆବାହନ କରି ଗ୍ରାମ ମଝିରେ ଥିବା ମଣ୍ଡପରେ ହୋମ ଏବଂ ପୂଜା ପାଠ କରାଯାଇଥିଲା I ପୂର୍ବରୁ ଏକ ଶହରୁ ଉର୍ଦ୍ଧ୍ଵ ଭକ୍ତଙ୍କ ମଧ୍ୟରୁ ଲଟେରୀ ମାଧ୍ୟମରେ ମନୋନୀତ ହୋଇଥିବା ତିନି ଜଣ ଯୁବକ ନଳ ଗୁଡିକୁ ଧରି ବାଦ୍ୟ ବାଜଣା ସହ ଜଙ୍ଗଲରେ ଥିବା ମାଆ ରତ୍ନେଇଙ୍କ ପୀଠକୁ ଯାଇଥିଲେ I ସେଠାରେ ପୂଜା କାର୍ଯ୍ୟ ସମାପନ ହେବା ପରେ ସନ୍ଧ୍ୟାରେ ଗ୍ରାମକୁ ଫେରି ନଗର ପରିକ୍ରମା କରିଥିଲେ I କରୋନା କଟକଣା ଜାରି ଥିବା ହେତୁ ଗ୍ରାମବାସୀ ମଧ୍ୟ ବାହାରକୁ ନ ଆସି ନିଜ ନିଜ ବାରଣ୍ଡାରେ ରହି ମାଆଙ୍କୁ ଦର୍ଶନ କରିଥିଲେ I ପ୍ରତିବର୍ଷ ଏହି ଯାତ୍ରାରେ ଗାଙ୍ଗପୁର ଏବଂ ଆଖପାଖ ଅଞ୍ଚଳରୁ ହଜାର ହଜାର ଲୋକ ଏକାଠି ହେଉଥିବା ବେଳେ ଚଳିତ ବର୍ଷ ମାତ୍ର ଦଶରୁ ପନ୍ଦର ଜଣଙ୍କୁ ନେଇ ଏହି ପର୍ବ ପାଳନ କରାଯାଇଥିଲା I ଗାଙ୍ଗପୁର ଅଞ୍ଚଳରେ ଏହି ନଳ ଯାତ୍ରାକୁ ଗାଙ୍ଗପୁର, ନିମିନା,ପାଲକଷଣ୍ଢା ଏବଂ ବୋରି ଗ୍ରାମରେ ଧୂମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ କରୋନା ପ୍ରଭାବରେ ଏହି ଉତ୍ସବ ଫିକା ପଡିଯାଇଛି I ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗ୍ରାମର କୃଷି କ୍ଷେତ୍ର, ଶସ୍ୟ ଏବଂ ଗୃହପାଳିତ ପଶୁଙ୍କୁ ରୋଗ ପୋକ ଦାଉରୁ ସୁରକ୍ଷା କରିବା I

LEAVE A REPLY

Please enter your comment!
Please enter your name here