କଇଠଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଧାରଣା ଦେଲେ ଗ୍ରାମବାସୀ : ପ୍ରଶାସନ ହସ୍ତକ୍ଷେପ ପରେ ହେଲା ସମାଧାନ

0
419

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଡା ପଞ୍ଚାୟତ ଅଧିନସ୍ଥ ଉକ୍ତ ଗ୍ରାମରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ସୋମବାର ଦିନ ଫାଟକରେ ଗ୍ରାମବାସୀ ପକ୍ଷରୁ ଧାରଣା ଦିଆଯାଇଥିଲା । ପ୍ରଶାସନ ହସ୍ତକ୍ଷେପ ପରେ ମାମଲାର ସମାଧାନ ହୋଇଥିବା ଜଣାପଡିଛି । ଖବରପ୍ରକାରେ , କଇଠଡା ଗ୍ରାମରେ ଦୁଇଗୋଷ୍ଠୀ ଲୋକ ରହିଥିବା ବେଳେ ପୂର୍ବରୁ ଗୋଟିଏ ଗୋଷ୍ଠୀ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଅସହାୟ , କାର୍ଯ୍ୟରେ ଅବହେଳିତ ପାଇଁ ନିଜ ଛୁଆଙ୍କୁ ପାଠ ପଢ଼ାଇବା ପାଇଁ ସେଣ୍ଟରକୁ ଛାଡୁନଥିଲେ । ଯେହେତୁ ପୂର୍ବରୁ ସ୍ନିଗ୍ଧା ପଣ୍ଡା ନାମକ କର୍ମଚାରୀ ରହିଥିବା ସମୟରେ ଉଭୟ ଗୋଷ୍ଠୀ ସହଯୋଗ କରି ଆସୁଥିଲେ । ଏହାପରେ ଦେଢ଼ ବର୍ଷ ପୂର୍ବେ ଏମ୍ . ସଂଯୁକ୍ତା ରେଡ୍ଡୀ ଦାୟିତ୍ଵ ନେବା ପରେ ଗୋଟିଏ ଗୋଷ୍ଠୀ ବିରୋଧ କରି ଆସୁଥିଲେ । ଏପରିକି ସେ କେନ୍ଦ୍ରକୁ ନିଜ ପିଲାଙ୍କୁ ଧରି ଆସୁଥିବା ବାପାଙ୍କ ପ୍ରତି ଦୁର୍ବ୍ୟବହାର ମାମଲାରେ ଥାନାରେ କେସ୍ କରିଥିବା ଅଭିଯୋଗ ହୋଇଥିଲା । ଯାହାଫଳରେ ଉକ୍ତ ଗୋଷ୍ଠୀର ପରିବାର ସଦସ୍ୟ ମାନେ ସେମାନଙ୍କ ପିଲାଙ୍କୁ କେନ୍ଦ୍ରକୁ ଛାଡୁନଥିଲେ ଏବଂ ସରକାରଙ୍କ ପକ୍ଷରୁ ପିଲାମାନଙ୍କୁ ଦିଆଯାଉଥିବା ରାସନ୍ ସାମଗ୍ରୀ ନେଉନଥିଲେ । ଏଭଳି ସମୟରେ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ୩ ଥର କେନ୍ଦ୍ରକୁ ଯାଇ ଏହାର ସମାଧାନ ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ତେବେ ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଉକ୍ତ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଉ ଏବଂ ସେମାନଙ୍କ ବିରୋଧରେ ଥାନାରେ ହୋଇଥିବା ମାମଲା ବନ୍ଦ ଦାବି ନେଇ ଅଙ୍ଗନୱାଡ଼ି କେନ୍ଦ୍ର ଫାଟକରେ ଧାରଣାରେ ବସିଥିଲେ । ଘଟଣାପରେ ସିଡିପିଓ ଶ୍ରୀମତୀ ଶତପଥୀ ଓ ଥାନା ଏସ୍ ଆଇ ସ୍ବର୍ଣ୍ଣଲତା ପାତ୍ର , ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏପରିକି କେନ୍ଦ୍ର ପରିଦର୍ଶନ ନିମନ୍ତେ ସାତଜଣିଆ ଯାଞ୍ଚ କମିଟି ଗଠନ କରାଗଲା । ଏପରିକି ଗତକାଲି ଠାରୁ ଉକ୍ତ କର୍ମଚାରୀଙ୍କ ଦାୟିତ୍ଵରେ ହିଁ ପିଲା ପାଠ ପଢିବେ ଏବଂ ସମସ୍ତ କାର୍ଯ୍ୟ ସଠିକ ଭାବେ କରାଯିବା ସହ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ଘୋଷଣା କରାଯାଇଥିଲା । ଏହି ଧାରଣା ସମୟରେ ଅଙ୍ଗନୱାଡ଼ି ସଂଘ ସଭାପତି ବନିତା ପାତ୍ର ଓ ସଂପାଦିକା ସୁଲୋଚନା ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here