ଗୋବରା ରେ ୟୁରିଆ ସାର ଚଢ଼ା ଦରରେ ବିକିଲେ ତହସିଲଦାର ଙ୍କ ହସ୍ତକ୍ଷେପ ପରେ ଚାଷୀଙ୍କୁ ଟଙ୍କା ଫେରାଈଲେ

0
369

ବେଲଗୁଣ୍ଠI(ଶିବରାମ ଚୌଧୁରୀ) ଚାଷୀଙ୍କୁ ୟୁରିଆ ସାର ଜୋଗାଇଦେବା ପାଈଁ ସରକାର ସେବା ସମବାୟ ସମିତି ଓ କିଛି ଲାଇସେନ୍ସ ପ୍ରାପ୍ତ ଡିଲର କୁ ନିଯୁକ୍ତି ଦେଇଛନ୍ତି । ସାର ବସ୍ତା ପିଛା 267 ଟଙ୍କା ଧାର୍ଯ୍ୟ କରିଛନ୍ତି ।ନିର୍ଧାରିତ ଦରରେ ପ୍ରକ୍ରୂତ ଚାଷୀଙ୍କୁ ମିଳୁଛି ନା କଳା ବଜାରୀ ହେଉଛି ଏହାର ତଦାରଖ ଡ।ଯିତ୍ଯ କ୍ରୁଶି ଅଧିକାରୀଙ୍କ , କିନ୍ତୁ ଘରୋଇ ଡିଲର ମାନେ ମନ ଇଚ୍ଛା ଦରରେବସ୍ତା ପିଛା 500/600 ଟଙ୍କାରେ ବୀକୁଥୀଲେ ମଧ୍ୟ କ୍ରୁଶି ଅଧିକାରୀଙ୍କ ଦେଖା ମିଳୁନି । ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ 267 ଟଙ୍କା ବଦଳରେ ବସ୍ତା ପିଛା 500 ରୁ 600 ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି I ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି I ଶୁକ୍ରବାର ଦିନ ଗୋବରା ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ବିକ୍ରି କରାଯାଇଥିଲା କିନ୍ତୁ 267 ବଦଳରେ ଚାଷୀଙ୍କ ଠାରୁ ବସ୍ତା ପିଛା 350 ଟଙ୍କା ସମ୍ପାଦକ ନେଇଥିଲେ । କିଛି ଚାଷୀ ଏ ନେଇ ବେଲ୍ଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚା ଦରରେ ସାର ବିକ୍ରିକୁ ବହୁ ଚାଷୀ ଊତକ୍ତ ହେଇ ରାଜ ରାସ୍ତାକୁ ଓଲହାଇବାକୁ ଧମକ ଦେଇଥିଲେ ତହସିଲଦାର ଶ୍ରୀ ବେହେରା ହସ୍ତକ୍ଷେପ କରିବାରୁ ସମ୍ପାଦକ ରୋହିତ ଭୂୟାଁ ଚାଷୀଙ୍କୁ ଡାକି 70 ଟଙ୍କା ଲେଖାଏ ଫେରାଇ ଥିଲେ । ସେହିପରି ଗୋବରାରେ ଜଣେ ଡିଲର ସାର ବିକ୍ରି କରୁଥିବା ସମୟରେ ଲିଙ୍କ ଫେଲ କହି ବନ୍ଦ କରିବାରୁ ଉତ୍ତେଜନା ଦେଖାଦେଈ ଥିଲା । ସକାଳୁ ଆସି ଅପେକ୍ଷ୍ୟା କରିଥିବା କିଛି ଚାଷୀ ସାର ନ ମିଳିଲେ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ । ଖବର ପାଇ ଗାଙ୍ଗାପୁର ପୋଲୀସ ଓ ତହସିଲଦାର ଶ୍ରୀ ବେହେରା ଊପସ୍ତିତ ରହବା ପରେ ଚାଷୀଙ୍କୁ ସାର ଦିଆଯାଇଥିଲା । ରାତ୍ର 11 ta ପର୍ଯ୍ୟନ୍ତ ସାର ବିକ୍ରି ଚାଲିଥିଲା । ଗାଙ୍ଗପୁର ଠାରେ ଜଣେ ଡିଲର 500/550 ଟଙ୍କା ରେ ସାର ବିକ୍ରି କରିଥିବା ବହୁ ଚାଷୀ ଅଭିଯୋଗ ଆଣିଥିଲେ ମଧ୍ୟ ପ୍ରଶାସନ କିମ୍ୱା କ୍ରୁଶି ବିଭାଗ କୌଣସି ପଦେଖ୍ଯପ ନେଇନଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here