ଅପରେସନ କ୍ଲିନ କ୍ରାଇମ: ଗଂଜାମ ପୋଲିସକୁ ଆଉ ଏକ ସଫଳତା। ୭୧ନମ୍ବର ଏନକାଉଣ୍ଟରରେ ଶୀକାର ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ, ମାଉଜର ଓ ଗୁଳି ଜବତ।

0
744

ବ୍ରହ୍ମପୁର(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଗଂଜାମରେ ପୁଣି ଏନକାଉଣ୍ଟର। ଏଥର ପୋଲିସ ଗୁଳିର ଶିକାର ହୋଇଛି ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ। ଆଜି ଭୋର ପ୍ରାୟ ୪ଟା ସମୟରେ ପୋଲିସ କୃଷ୍ଣ ପ୍ରସାଦ-ପାଲୁର ରୋଡ଼ରେ ପ୍ରମୋଦକୁ ଧରିବା ପାଇଁ ଜାଲ ବିଛାଇଥିଲା। ଏହା ଜାଣି ଖସି ପଳାଇବାକୁ ଉଦ୍ୟମ କରି ପ୍ରମୋଦ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚାଳନା ଯୋଗୁଁ ଘଟଣା ସ୍ଥଳରେ କିଛି ସମୟ ଧରି ଉଭୟ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ପୋଲିସର ଗୁଳିମାଡ଼ରେ ଦୁର୍ଦ୍ଧାନ୍ତ ଅପରାଧୀ ପ୍ରମୋଦ ବାରିକ ଆହତ ହୋଇଛି। ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ପ୍ରମୋଦକୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତି କରାଯାଇଛି। ଘଟଣାରେ ଦୁଇଜଣ ପୋଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। ଏ ହେଉଛି ଗଂଜାମ ପୋଲିସର ଏକ ବଡ ସଫଳତା। ଉଭୟ ଗଂଜାମ ଓ ବ୍ରହ୍ମପୁର ପୋଲିସର ଏହା ୭୧ ନମ୍ବର ଏନକାଉଣ୍ଟର। ଆହତ ପ୍ରମୋଦ ନିକଟରୁ ପୋଲିସ ଗୋଟିଏ ମାଉଜର ଓ ଦୁଇଟି ଗୁଳି ଜବତ କରିଛି। ପ୍ରମୋଦ ନାମରେ ଗଂଜାମ ସମେତ ପଡୋଶୀ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ସଙ୍ଗିନ ମାମଲା ରହିଥିବା ପୋଲିସ ଜାଣିବାକୁ ପାଇଛି।

LEAVE A REPLY

Please enter your comment!
Please enter your name here