ଦୁଇ କାର ମୁହାଁମୁହିଁ ଧକ୍କା

0
495

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଆଜି ସକାଳ ପ୍ରାୟ ୯ ଘଣ୍ଟ ୩୦ ମିନିଟ୍ ସମୟରେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ବି. ଡ଼ି. ପୁର ଗ୍ରାମରେ ଦୁଇଟି କାର ମୁହାଁମୁହିଁ ହୋଇଛି। ମିଳିଥିବା ସୂଚନା ମୁତାବକ ଭୁବନେଶ୍ୱର ଏବଂ ଭଞ୍ଜନଗର କୁ ସଂଯୋଗ କରୁଥିବା ଜାତୀୟ ରାଜପଥ ର ବିଡିପୁର ନିକଟରେ ଏକ ବୁଲାଣି ଜାଗାରେ ଦୁଇଟି କାର ପିଟି ହୋଇ ଏହି ଦୁର୍ଘଟଣା ଘଟିଛି। ପ୍ରଥମ କାରଟି ଫୁଲବାଣୀ ରୁ ଭୁବନେଶ୍ୱର ଯାଉଥିବାବେଳେ ଅଶ୍ୱମିନ କୁମାର ପଣ୍ଡା ଓ ସତ୍ୟଭାମା ସିଂ ଏଥିରେ ଯାତ୍ରା କରୁଥିଲେ। ଦ୍ୱିତୀୟ କାରଟିରେ ଡ୍ରାଇଭର ପିଣ୍ଟୁ ରାଉତ, ସାଗର ନାୟକ ଏବଂ ତାଙ୍କ ମାଁ ଲଷ୍ମୀନାୟକ ଭୁବନେଶ୍ୱରରୁ ରାଇକିଆ ଅଭିମୁଖେ ଯାତ୍ରା କରୁଥିଲେ । ସ୍ଥାନୀୟ ଗ୍ରାମବାସୀ ତଥା ସାଂସଦ ପ୍ରତିନିଧି ବିପ୍ର ଚରଣ ବାରିକ ଘଟଣା ସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତି ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଯିବା ବ୍ୟବସ୍ଥା କରିବା ସହିତ ଏ ସମ୍ପର୍କରେ ଜଗନ୍ନାଥ ପ୍ରସାଦ ପୋଲିସ ଥାନା କୁ ଜଣାଇଥିଲେ। ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ ଏହି ଜାଗାରେ କିଛି ଦିନ ତଳେ ଅନୁରୂପ ଠିକ ଏହି ଭଳି ଘଟଣା ଦେଖିବାକୁ ମିଳିଥିଲା। ଏହି ଭଳି ଦୁର୍ଘଟଣା ଯେମିତି ଏ ଜାଗାରେ ନହେବ ସେଥିପ୍ରତି ପଦକ୍ଷେପ ନିଆଯିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବାରିକ କହିଛନ୍ତି

LEAVE A REPLY

Please enter your comment!
Please enter your name here