କ୍ୟାନ୍ସର ପୀଡ଼ିତ ଭିକାରିଙ୍କ ଉପରେ ପରିବାର ବୋଝ,  ସରକାରୀ ସହାୟତା ଅପହଞ୍ଚ

0
456

ବେଗୁନିଆପଡା(ଭଞ୍ଜ ମହାରଣା)ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତ କଣ୍ଟାପଡା ଗ୍ରାମର ଭିକାରି ତାରିଣୀ (37) l ବାପା ଦୁଖା ତାରିଣୀ ମୃତ୍ଯୁବରଣ କରିଥିବା ବେଳେ ଘରେ ବିଧବା ମା’, ଅବିବାହିତ ବୟସ୍କ ଭଉଣୀ ଏବଂ ସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର l ସେ ଏକ ମାତ୍ର ରୋଜଗାରକ୍ଷମ ହୋଇ ପରିବାର ପ୍ରତିପୋଷଣ କରିଆସୁଥିଲା ବେଳେ ହଠାତ ତାଙ୍କ ମୁଣ୍ଡରେ ଚଡକ ପଡିଲା l ସେ ଗୁଜୁରାଟର ସୁରଟରେ କାମକରି ଘରର ଆବଶ୍ୟକତା ମେଣ୍ଟାଇ ଆସୁଥିବା ବେଳେ ଗତ ଫେବୃଆରୀରେ ସେ ଦୁରାରୋଗ୍ୟ କର୍କଟରେ ପୀଡ଼ିତ ଥିବା ଜାଣିବାକୁ ପାଇଲେ l ତାଙ୍କ ଜିଭରେ ଏକ ଛୋଟ ଘା’ ସୃଷ୍ଟି ହେବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରି ଅପରେସନ କରିଥିଲେ l କିନ୍ତୁ ଏହାର ଅଳ୍ପ କିଛିଦିନ ପରେ ତାଙ୍କ ବେକ ଏବଂ ଥୋଡୀ ପାଖରେ ଦୁଇଟି ଛୋଟ ଆବୁ ସୃଷ୍ଟି ହୋଇଥିଲା l ଯାହାକୁ ଦେଖି ସେ ବିଚଳିତ ହୋଇ ମାର୍ଚ୍ଚ ମାସରେ ଗ୍ରାମକୁ ଫେରି ବ୍ରହ୍ମପୁର ଏମକେସିଜି କର୍କଟ ବିଭାଗରେ ଦେଖାଇ କିଛିଦିନ ଚିକିତ୍ସିତ ହୋଇ ନିରାଶ ହୋଇଥିଲେ l ବର୍ତମାନ ସେ  ଭୁବନେଶ୍ୱର ସ୍ଥିତ ପଣ୍ଡା କେର ଏଣ୍ଡ କେନସର ପ୍ରାଇଭେଟ କ୍ଲିନିକରେ ଚିକିତ୍ସିତ ହୋଇଆସୁଛନ୍ତି l କିନ୍ତୁ ତାଙ୍କ ରୋଗ କମିବା ବଦଳରେ ବଢ଼ିବାରେ ଲାଗିଛି l ଏହିରୋଗର ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ଥିବାବେଳେ ତାଙ୍କ ପାଖରେ ସମ୍ବଳ ନାହିଁ କି ନିଜର କୌଣସି ଜମିଜମା ନାହିଁ l ସେ ଏକମାତ୍ର ରୋଜଗାରକ୍ଷମ ହୋଇଥିବା ବେଳେ ସେ ଏବେ ଦୁରାରୋଗରେ ପୀଡିତହୋଇ ଭଲ ହେବାର ଆଶା ତ୍ୟାଗ କରି ସରକାରୀ ସହାୟତା ପାଇଁ ନେହୁରା ହୋଇ ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି l ବିଧବା ମା’, ଭଉଣୀ, ଏବଂ ସ୍ତ୍ରୀଙ୍କ ଦୁଃଖ କହିଲେ ନସରେ l ସେମାନେ ଦିନକୁଦିନ ପ୍ରମାଦ ଜାଣିବାରେ ଲାଗିଛନ୍ତି l ଯଦି କୌଣସି ସରକାରୀ ସାହାଯ୍ୟ ନମିଳେ ଅକାଳରେ ପରିବାରଟି ନଷ୍ଟ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l 

        ସୂଚନାଯୋଗ୍ୟ ଗତ ଚାରିପାଞ୍ଚ ବର୍ଷତଳେ ସୁରଟର ଏକ ସୂତାକଳରେ କାମକରୁଥିବା ବେଳେ ଭିକାରି ତାରିଣୀଙ୍କ ଡାହାଣ ଆଖିରେ ଏକ ସଟଲ ବାଜି ଆଖି ନଷ୍ଟ ହୋଇଯାଇଥିଲା l ଯାହାକୁ ଅପରେସନ କରି ଦୁଃପ୍ଲିକେଟ ଆଖି ପକାଇଥିଲେବି କ୍ରମଶଃ ତାଙ୍କ ଦୃଷ୍ଟିଶକ୍ତି କମିବାରେ ଲାଗିଛି l  

LEAVE A REPLY

Please enter your comment!
Please enter your name here