ଶୀତଳାପଲ୍ଲୀ ଠାରେ ୬୦ ହଜାର ଲିଟର ବିଶିଷ୍ଟ ମଳ ଉପଚାର କେନ୍ଦ୍ର ଉଦଘାଟିତ

0
223

ବ୍ରହ୍ମପୁର:ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ମଳ ଉପଚାର କେନ୍ଦ୍ରର ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଥିଲା ।ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ ଏହାକୁ ଉଦଘାଟନ କରିଛନ୍ତି ଆଗାମୀ ଏକ ମାସ ମଧ୍ୟରେ ଏହି ମଳ ଉପଚାର କେନ୍ଦ୍ରକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ କରାଯିବା ନେଇ ଯୋଜନା ରହିଛି ।ଏହି କେନ୍ଦ୍ରରେ ହେବାକୁ ଥିବା ସମସ୍ତ କାର୍ଯ୍ୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପରିଚାଳନା କରିବା ସହ ରକ୍ଷଣାବେକ୍ଷଣ ଦାୟିତ୍ୱ ବିଏମସି ନେବବ ।ଏହି ମଳ ଉପଚାର କେନ୍ଦ୍ରଟି ୩ କୋଟି ୫୦ ଲକ୍ଷ ଟଙ୍କାର ନିର୍ମିତ ହୋଇଛି ।ବ୍ରହ୍ମପୁର ସହର ସମେତ ଆଖପାଖ ପଞ୍ଚାୟତରୁ ବାହାରୁଥିବା ମଳକୁ ସଂଗ୍ରହ କରାଯାଇ ଏଠାରେ ଉପଚାର କରାଯିବ ।ସେଥିରୁ ବାହାରୁଥିବା ପାଣିକୁ ବଗିଚାରେ ବ୍ୟବହାର କରାଯାଇପାରିବ ।ସେହିପରି ମଳରୁ ବାହାରୁଥିବା ଖତକୁ ମଧ୍ୟ ଗଛ ଲଗାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବିଏମସି କମିଶନର ଜେ.ସୋନାଲ୍ କହିଛନ୍ତି ।ବ୍ରହ୍ମପୁର ଉପକଣ୍ଠ ମହୁଡ଼ାରେ ପୂର୍ବରୁ ନିର୍ମାଣ ହୋଇଥିବା ମଳ ଉପଚାର କେନ୍ଦ୍ରରେ ଦୈନିକ ୪୦ ଏମଏଲଡି ମଳକୁ ପ୍ରୋସେସିଂ କରାଯାଉଥିବା ବେଳେ ଏହି ମଳ ଉପଚାର କେନ୍ଦ୍ରରେ ପ୍ରତିଦିନ ୬୦ ଏମଏଲଡ଼ି ମଳକୁ ଉପଚାର କରାଯିବାର ଲକ୍ଷ୍ୟ ରଖାଯାଇଛି ।ବ୍ରହ୍ମପୁରରୁ ବାହାରୁଥିବା ମଳରୁ ୧୦୦ ଏମଏଲଡ଼ି ମଳକୁ ଦୁଇଟି କେନ୍ଦ୍ରରେ ଉପଚାର କରାଯିବ ।ଏହି ଦୁଇଟି ମଳ ଉପଚାର କେନ୍ଦ୍ରରୁ ବାହାରୁଥିବା କ୍ଷତକୁ ଗଛ ଲଗାଇବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟରେ ଲଗାଯିବା ଫଳରେ ତାହା ପରିବେଶ ପାଇଁ ମଧ୍ୟ ବେଶ ଉପଯୋଗୀ ହୋଇପାରିବ ବୋଲି କହିଛନ୍ତି ବ୍ରହ୍ମପୁର ମେୟର ।ଏହି ମଳଉପଚାର କେନ୍ଦ୍ର ଦ୍ବାରା ବ୍ରହ୍ମପୁର ସହରର ପ୍ରାୟ ୮୦ ହଜାର ପରିବାର ଉପକୃତ ହେବେ ।କେବଳ ସେତିକି ନୁହେଁ ବରଂ କେନ୍ଦ୍ର ନିକଟରେ ରହିଥିବା ଆଖପାଖ ପଞ୍ଚାୟତର ପରିବାର ଲୋକେ ମଧ୍ୟ ଏହାର ସୁବିଧା ଉଠାଇପାରିବେ ।ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ନେଇ ଏକ ପରୀକ୍ଷା କରାଯିବ ।ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ତିନି ମାସର ତାଲିମ ପ୍ରଦାନ କରାଯିବ ।ଏହି କେନ୍ଦ୍ରରେ କିଭଳି କାମ କରିବେ,କାମ କରିବା ସମୟରେ ନିଜର ସୁରକ୍ଷା ବିଷୟରେ ତାଲିମ ଦିଆଯିବା ସହ ସରକାରଙ୍କ ପକ୍ଷରୁ କେଉଁ ସବୁ ସୁବିଧା ମିଳିବ ସେନେଇ ମଧ୍ୟ ତଥ୍ୟ ପ୍ରଦାନ କରାଯିବ ।ତାଲିମ ପରେ ସେମାନଙ୍କୁ ମଳ ଉପଚାର କେନ୍ଦ୍ରରେ କାମ କରିବା ନିମନ୍ତେ ଅନୁମତି ଦିଆଯିବ ବୋଲି କହିଛନ୍ତି ଏଫଏସଏସଏମ ଏକ୍ସପର୍ଟ ବର୍ଷା ବିସ୍ମିତା ।ଘରୁ ବାହାରୁଥିବା ଆବର୍ଜନାକୁ ଲୋକମାନେ ଖୋଲା ସ୍ଥାନରେ ଫୋପାଡ଼ି ଦେଉଥିଲେ ।ବିଏମସି ତରଫରୁ ଆବର୍ଜନାକୁ ଦୈନିକ ସଂଗ୍ରହ କରାଯାଉଥିବା ବେଳେ ଉକ୍ତ ଆବର୍ଜନାକୁ ମଳ ଉପଚାର କେନ୍ଦ୍ରକୁ ପଠାଯିବ। ଫଳରେ ସହରକୁ ଅଧିକ ସ୍ଵଛ ଓ ପରିମଳ ରଖିବା ଦିଗରେ ଏହା ବେଶ ସହାୟକ ହୋଇପାରିବ ବୋଲି କହିଛନ୍ତି ମେୟର ସଂଘମିତ୍ରା । କାର୍ଯ୍ୟକ୍ରମରେ ଡେ଼ପୁଟି ମେୟର ଇ ବିବେକ ରେଡ଼ି,ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଭି. କିର୍ତ୍ତି ଭାସନ,ଉପଜିଲ୍ଲାପାଳ କୁଲକର୍ଣ୍ଣି ଆଶୁତୋଷ ସି,ଡେପୁଟୀ କମିଶନର ବିନୋଦ ବେହେରାଙ୍କ ସମେତ ବିଏମସିର ବିଭିନ୍ନ ବିଭାଗର ଅଧିକାରୀ ଓ ସହରର କର୍ପୋରେଟର ଦୁର୍ଗା କୁମାର ଲାୟକ,ସନ୍ତୋଷ ସେଠୀ,ଧୀରେଶ ସାବତ,ସୋନାଲି ଗନ୍ତାୟତ,ମଳୟ ବିଷୋୟୀ,ପଦ୍ମିନୀ ମିଶ୍ର, ଶ୍ୱେତା ରେଖା ତ୍ରିପାଠୀଙ୍କ ବହୁ କର୍ପୋରେଟର ଯୋଗ ଦେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here