ଦୁଇ ଛେଳି ଚୋରକୁ ଗୋଡେଇ ଗୋଡେଇ ଧରି ପୋଲିସରେ ଦେଲେ

0
282

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ଛେଳି ଚରାଉଥିବା ବେଳେ ଦୁଇ ଯୁବକ ମୋଟର ସାଇକଲରେ ଆସି ଗୋଟିଏ ଛେଳିକୁ ଧରି ଚମ୍ପଟ ମାରୁଥିବା ବେଳେ ଛେଳି ଚରାଳୀ ପାଟି କରିଥିଲା ।ରାସ୍ତାରେ ଯାଉଥିବା କିଛି ଯୁବକ ଓ ଛେଳି ମାଲିକ ଏମାନଙ୍କ ପିଛା କରି କାବୁ କରିବାରେ ସକ୍ଷମ ହୋଇଥିଲେ ।ଛେଳି ସହ ଦୁଇ ଯୁବକକୁ ପୋଲିସରେ ଦେଇଥିବା ଜଣାପଡିଛି ।ମିଳିଥିବା ତଥ୍ୟ ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମରେ ପାଣ୍ଡା ଗୌଡ( ୪୦)ଙ୍କ କିଛି ଛେଳିଙ୍କୁ ପ୍ରତିଦିନ ଭଳି ତାଙ୍କ ପୁତୁରା କାଳିଆ ଗୁରୁ ଛେଳି ଚରାଇବା ପାଇଁ ବୋରୀ ଡଲକ କୁ ଯାଇଥିଲା ।ଦିନ ୧୨.୪୦ମି ସମୟରେ ଏକ ମୋଟର ସାଇକଲରେ ଗାଙ୍ଗପୁର ରାଉଳ ଜେନା(୨୦) ଓ ବାଲିପାଟ ଗ୍ରାମର ଜିତୁ ବିଷୋୟୀ(୨୮) ଏକ ବାଇକ୍ ଆସି ୨୦ କିଲିଆ ଏକ ଛେଳିକୁ ଧରି ଚମ୍ପଟ ମାରିଥିଲେ ।ଏହା ଦେଖି ଛେଳି ଚରାଉଥିବା କାଳିଆ ପାଟି କରିବା ସହ ଛେଳି ମାଲିକ ପାଣ୍ଡାକୁ ଜଣାଇଥିଲା ।ସେହି ରାସ୍ତାରେ ଯାଉଥିବା କିଛି ଯୁବକ ଓ ପାଣ୍ଡା ସେମାନଙ୍କ ପିଛା କରି କଣ୍ଟେଇକୋଳିଆପଲ୍ଲୀ ଓ ବାଲିପାଟ ମଝିରେ ଏମାନଙ୍କୁ ଧରିବା ପାଇଁ ସକ୍ଷମ ହୋଇଥିଲେ ।ଫଳରେ ପାଣ୍ଡା ପୋଲିସକୁ ଜଣାଇବା ସହ ଦୁଇ ଚୋରକୁ ପୋଲିସ ଜିମାରେ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here