ଭାରସାମ୍ୟ ହରାଇ ମୁଜାଗଡ଼ ଠାରେ ବସ ଦୁର୍ଘଟଣା ଗ୍ରସ୍ତ

0
658

ଭଞ୍ଜନଗର(ନିଲୁ ବିଷୋୟୀ) ଭାରସାମ୍ୟ ହରାଇ ନାରାୟଣୀ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ମୁତାବକ ଆଜି ଅପରାହ୍ନ ୨ଟା ବେଳେ ବସଟି କଳିଙ୍ଗା ଘାଟି ପଟୁ ଆସୁଥିବା ବେଳେ ମୁଜାଗଡ଼ ହାଟପଦା ନିକଟରେ ମୁଖ୍ୟ ସଡକ ଉପରକୁ ଅନ୍ୟ ଜଣେ ବ୍ୟକ୍ତି ଚାଲି ଆସିବାରୁ ବସ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ଖୁଣ୍ଟ କୁ ଧକ୍କା ଦେଇଥିଲେ। ଫଳରେ ବସଟି ଦୁର୍ଘଟଣା ଗ୍ରସ୍ତ ହେବା ସହ ବିଦ୍ୟୁତ ଖୁଣ୍ଟ ଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି। ଏହି ଦୁର୍ଘଟଣାରେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଖବର ଲେଖା ହେବା ସୁଦ୍ଧା ଦୁର୍ଘଟଣାରେ ବିଦ୍ୟୁତ ଖୁଣ୍ଟ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ଦ୍ୱାରା ହାଟପଦା ସାହି ରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିଛି।

LEAVE A REPLY

Please enter your comment!
Please enter your name here