ସାନକୋଦଣ୍ଡା ସମବାୟ ସମିତିରେ ସାର ର ଅଭାବୀ ବିକ୍ରି ; ଅସନ୍ତୋଷ ଜାହିର କଲେ ଚାଷୀ

0
504

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନକୋଦଣ୍ଡା ସମବାୟ ସମିତିରେ ୟୁରିଆ ସାର ର ଅଭାବୀ ବିକ୍ରି ଦେଖାଦେଇଛି। ସୂଚନା ଅନୁସାରେ ଆଜି ସକାଳ ୮ ଟା ରେ ସମବାୟ ସମିତିର ଯୋଗୀମାରି ଠାରେ ହୋଇଥିବା ଅସ୍ଥାୟୀ କେନ୍ଦ୍ର ରେ ସାର ଦିଆଯାଉଥିଲା। ହେଲେ ସମବାୟ ସମିତିକୁ ମୋଟ ୧୨୫ ବସ୍ତା ୟୁରିଆ ସାର ଆସିଥିବାରୁ ଏହାର ଅଭାବୀ ବିକ୍ରି ଦେଖାଦେଇଛି। ସମବାୟ ସମିତିରୁ ଋଣ ଆଣିଥିବା କିଛି ଚାଷୀ ମାନଙ୍କୁ ହିଁ କେବଳ ଗୋଟିଏ ବସ୍ତା ଲେଖାଏଁ ସାର ପ୍ରଦାନ କରାଯାଇଛି। ଏହି ୟୁରିଆ ସାର କୁ ଚାଷୀ ମାନେ ସରକାରୀ ଦରଠାରୁ ଅଧିକା ମୂଲ୍ୟରେ ଅର୍ଥାତ ୩୧୦ ଟଙ୍କା ରେ କିଣିଥିବା ପ୍ରକାଶ କରିଛନ୍ତି। ଋଣ ନେଇଥିବା ଚାଷୀ ମାନଙ୍କୁ ଗୋଟିଏ ଲେଖାଏଁ ବସ୍ତା ମିଳିଥିବା ବେଳେ ଯେଉଁ ଚାଷୀ ମାନଙ୍କ ସମବାୟ ସମିତିରେ ଋଣ ନାହିଁ ସେହି ଚାଷୀ ମାନକୁ ସାର ମିଳିନଥିଲା। ଫଳରେ ଚାଷୀ ଭାଇ ମାନେ ଅସନ୍ତୋଷ ଜାହିର କରିବା ସହ ନିରାଶ ରେ ଫେରିଛନ୍ତି। ଏ ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି ଯେ ଗତଥର ଆସିଥିବା ୟୁରିଆ ସାର କୁ ପଞ୍ଚାୟତରେ ୨୮୦ ଟଙ୍କା ରେ ବଣ୍ଟନ କରାଯାଇଥିଲେ ମଧ୍ୟ ଏହା ଅନେକ ବାଟରେ ବାଟମାରଣା ହେବା ସହ ଚାଷୀଙ୍କୁ ଠିକ ଭାବେ ମିଳିନଥିଲା । ହେଲେ ଏଠାରେ ସାଧାରଣ ପ୍ରଶ୍ନ ଉଠୁଛି ସରକାରୀ ଦରରେ ୟୁରିଆ ସାରର ମୂଲ୍ୟ ୨୬୬ ଟଙ୍କା ରହିଥିବା ବେଳେ ଗତଥର ସାର ୨୮୦ ଟଙ୍କାରେ ଓ ବର୍ତ୍ତମାନ ଏହା କୁ ୩୧୦ ଟଙ୍କାରେ କେଉଁ ଆଧାରରେ ବିକ୍ରି କରାଯାଇଛି? ଯେଉଁ ଚାଷୀ ଋଣ ନେଇଛି ସେମାନଙ୍କୁ ହିଁ କାହିଁକି ଗୋଟିଏ ବସ୍ତା ସାର ପ୍ରଦାନ କରାଗଲା ଅନ୍ୟ ମାନଙ୍କୁ କାହିଁକି ଏହା ପ୍ରଦାନ କରାଗଲା ନାହିଁ? ଏ ନେଇ ଆମେ ସମବାୟ ସମିତିର ସେକ୍ରେଟାରୀ ଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଏହା ସମ୍ଭବ ହୋଇପାରିନାହିଁ। ସ୍ଥାନୀୟ ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

LEAVE A REPLY

Please enter your comment!
Please enter your name here