ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ବିଡ଼ିଓଙ୍କୁ ଅଭିଯୋଗ

0
296

ବେଗୁନିଆପଡା(ଦକ୍ଷିଣ ଓଡ଼ିଶା ମୁଖ୍ୟ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ନୁଆଁ ଗାଁ ବୁରୁଝୁରୀ ପଞ୍ଚାୟତରେ ମୃତ ଲୋକଙ୍କ ନାମରେ ରାସନ ସାମଗ୍ରୀ ଯୋଗାଣ ନେଇ ଜନୈକ ବ୍ୟକ୍ତି ବେଗୁନିଆପଡା ବିଡ଼ିଓଙ୍କ ଆଗରେ ଅଭିଯୋଗ କରିଛନ୍ତି l ଅଭିଯୋଗ ଅନୁଯାୟୀ ପଞ୍ଚାୟତର ଧୋବଣୀ ଗୋଛାୟତ, ଦରମାରୀ ଗୋଛାୟତ, ଉଦୟ ମହାରଣା ସମେତ କେତେକ ବ୍ୟକ୍ତି ମୃତ୍ଯୁ ବରଣ କରିଥବା ବେଳେ ପଞ୍ଚାୟତ ପକ୍ଷରୁ ଏବେବି ସେମାନଙ୍କ ନାମରେ  ରାସନ ସାମଗ୍ରୀ ବଣ୍ଟନ କରାଯାଇଆସୁଅଛି l ସରପଞ୍ଚ, ଯୋଗାଣ ସହାୟକ ଏବଂ ଡିଲରଙ୍କ ମଧୁଚନ୍ଦ୍ରିକାରେ ଜନତାଙ୍କ ଅର୍ଥ ହରିଲୁଟ ଚାଲିଥିବା ସେ ଅଭିଯୋଗ କରିଛନ୍ତି l କାରଣ ସରପଞ୍ଚ ଙ୍କ ପୁଅ ଯୋଗାଣ ସାହାୟକ ହୋଇଥିବା କାରଣରୁ ସନ୍ଦେହ ଅଧିକ ଘନୀଭୂତ ହେଉଥିବା କହିଛନ୍ତୁଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ସେ ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ଏହାର ନକଲ ସଚିବ, ଯୋଗାଣ ବିଭାଗ,ଭୁବନେଶ୍ୱର ;ଜିଲ୍ଲାପାଳ, ଗଞ୍ଜାମ ;ଆରକ୍ଷୀ ଅଧିକ୍ଷକ, ଦୁର୍ନୀତି ନିବାରଣ ବିଭାଗ, ଗଞ୍ଜାମ, ବ୍ରହ୍ମପୁର ;ଉପ ଜିଲ୍ଲାପାଳ, ଗଞ୍ଜାମ, ଛତ୍ରପୁରଙ୍କୁ ପ୍ରେରଣ କରିଛନ୍ତି l 

LEAVE A REPLY

Please enter your comment!
Please enter your name here