ପୁରୁଷୋତ୍ତମପୁର ପୋଲିସ ଦ୍ୱାରା ନକଲି ଦେଶୀ ମଦ ଜବତ ଓ ତିନି ଗିରଫ

0
683

ବ୍ରହ୍ମପୁର ୨/୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ଗୁରୁବାର ଅପରାହ୍ନରେ ପୁରୁଷୋତ୍ତମପୁର ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଧୋବାଡି ପାଟପୁର-ବାଳକୃଷ୍ଣପୁର ରାସ୍ତାରୁ ଏକ ମଦ ବୋଝେଇ ଅଟୋ (ନଂ:OD୦୭S୨୮୧୨)କୁ ଜବତ କରିଛନ୍ତି | ଏଥିରୁ ପୋଲିସ ୨୪୦ ଲିଟର ଦେଶୀ ନକଲି ମଦ ଜବତ କରିବା ସହ ସମ୍ପୃକ୍ତ ତିନି ଜଣଙ୍କୁ ଗିରଫ କରି କୋଟ ଚାଲାଣ କରିଛନ୍ତି |
ଅଭିଯୁକ୍ତ ମାନେ ଧୋବାଡି ପାଟପୁର ଗ୍ରାମର ମଦ ମାଫିଆ ଜୟ ସ୍ୱାଇଁ(ବାପା),ସୁକାନ୍ତ ସ୍ୱାଇଁ(ପୁଅ) ଓ ଓଟୋ ଚାଳକ ସୁଦାମ ଗୌଡ଼ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି | ବିଭିନ୍ନ ସମୟରେ ଏହି ଅଭିଯୁକ୍ତମାନେ କୌଶଳକ୍ରମେ ଖସି ପଳାଉଥିଲେ | କିନ୍ତୁ ଏହିଥର ଖବର ପାଇବାପରେ ପୁରୁଷୋତ୍ତମପୁର ଥାନା ଅଧିକାରୀ ଶ୍ରୀ ଜଗନ୍ନାଥ ମଲ୍ଲିକ ଓ ତାଙ୍କ ସହଯୋଗୀମାନେ ସାଧା ପୋଷାକରେ ବାଳକୃଷ୍ଣପୁର ରାସ୍ତାରେ ଜଗିରହି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ | ଏହି ଘଟଣାକୁ ଭିତି କରି କେଶ (ନଂ ୧୭୪/୧୯,୧୭୫/୧୯,୧୭୬/୧୯)ରୁଜୁ ହୋଇଛି |

LEAVE A REPLY

Please enter your comment!
Please enter your name here