ମଳାସପଦର ଛକ ନିକଟରେ ମହିଳା ଙ୍କୁ ନିର୍ମମ ହତ୍ୟା

0
424

ଭଞ୍ଜନଗର (ନିଲୁ ବିଷୋୟୀ) ଗଂଜାମ ଜିଲ୍ଲା ଭଂଜନଗର ଥାନା ଅନ୍ତର୍ଗତ ମଳାସ ପଦର ଛକ ନିକଟରେ ଦୁର୍ବୃତ୍ତ ମାନେ ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି। ସୂଚନା ଅନୁସାରେ ପ୍ରଶାନ୍ତ କୁମାର ସାହୁଙ୍କ ସ୍ତ୍ରୀ ଜ୍ୟୋସ୍ନାରାଣୀ ଗତକାଲି ରାତିରେ ଘରର ଛାତ ଉପରେ ଏକାକୀ ବସିଥିବା ବେଳେ ହଠାତ ୨ ଜଣ ଦୁର୍ବୃତ୍ତ ଘରର ବାଡ଼ି ପଟଦେଇ ଛାତ ଉପରକୁ ଆସିଥିଲେ । ଜ୍ୟୋସ୍ନାରାଣୀ କିଛି ଭାବିବା ପୂର୍ବରୁ ଦୁର୍ବୃତ୍ତ ମାନେ ଧାରୁଆ ଅସ୍ତ୍ରରେ ବାରମ୍ବାର ଆକ୍ରମଣ କରିଥିଲେ । ଜ୍ୟୋସ୍ନାରାଣୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ଛାତ ଉପରକୁ ଚଢ଼ିବା ବେଳେ ଦୁର୍ବୃତ୍ତମାନେ ସେଠାରୁ ଡେଇଁ ପଳାଇଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଭଂଜନଗର ଏସଡିପିଓ ଶୁଭ୍ରାଂଶୁ ଖେଶର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସଆଇ ସମୀର ବେହେରା, ଲିତାରାଣୀ ପରିଡ଼ା ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ଜ୍ୟୋସ୍ନାରାଣୀଙ୍କର ୨ଟି ଝିଅ ଓ ଗୋଟିଏ ପୁଅ । ବଡ଼ଝିଅ ବିବାହିତ ହୋଇ ଘରେ ରୋଷେଇ କରୁଥିଲେ । ସାନ ଝିଅ ଓ ଏକମାତ୍ର ପୁଅ ପଢ଼ିବାକୁ ଯାଇଥିଲେ । ସ୍ୱାମୀ ଟ୍ରକ ଚଳାଇ ପରିବାର ପୋଷନ୍ତି ।

LEAVE A REPLY

Please enter your comment!
Please enter your name here