ସୌଲ୍ ଚାରିଟ୍ରେବୁଲ ଟ୍ରଷ୍ଟ ପକ୍ଷରୁ କୋରନା ସଚେତନତା କାର୍ଯ୍ୟକ୍ରମ

0
446

ଭଞ୍ଜନଗର(ନିଲୁ ବିଶୋଇ)ସୌଲ୍ ଚାରିଟ୍ରେବୁଲ ଟ୍ରଷ୍ଟ ପକ୍ଷରୁ ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗୋଲାପଡା ଗ୍ରାମ ପଞ୍ଚାୟତ ର ଆଗୁଳପଡା ଗ୍ରାମରେ କୋରନା ସଚେତନତା କାଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକର୍ମ ରେ ଟ୍ରଷ୍ଟର ସଭାପତି ଗୋପାଳ କୃଷ୍ଣ ପ୍ରଧାନ , ଉପସଭାପତି ଶମ୍ଭୁନାଥ ସ୍ୱାଇଁ , ସାଧାରଣ ସମ୍ପାଦକ ଭିକାରି ସାହୁ ,ପ୍ରକଳ୍ପ ସଂଯୋଜକ ପ୍ରଫୁଲ ନାଇକ ପ୍ରମୁଖ ଉପସ୍ଥିତ ରହି ଗ୍ରାମର ସ୍ୱୟଂ ସହାୟକ ମହିଳା ଓ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଗ୍ରାମର ସାଧାରଣ ଲୋକ ଙ୍କୁ କୋରନା ଭୁତାଣୁ ଠାରୁ କିପରି ଦୂରେଇ ରହିବା ଓ ସମସ୍ତେ ସଚେତନ ରହିବା ଏବଂ ସରକାରୀ ନିୟମ ପାଳନ କରିବା , ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ , ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାର୍ତା ଦେଇ ଲୋକ ମାନକୁ ସଚେତନତା କରାଇଥିଲେ। ଟ୍ରଷ୍ଟ ଦ୍ୱାରା ଗ୍ରାମରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା । ଶେଷରେ ଟ୍ରଷ୍ଟର ସାଧାରଣ ସାମ୍ପଦକ ଭିକାରୀ ସାହୁ ଗ୍ରାମର ଲୋକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here