ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
314

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ଅମରେଶ୍ବର ବିଦ୍ୟାପୀଠ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋମବାର ଦିନ ଋଷିକୂଲ୍ୟା ରୟତ ମହାସଭା, ବେଗୁନିଆପଡା ଶାଖା ପକ୍ଷରୁ ସାମାଜିକ ଦୂରତ୍ୱ ବଜାୟ ରଖି ଚାରାରୋପଣ କରାଯାଇଥିଲା l ମହାସଭା ସାଧାରଣ ସମ୍ପାଦକ ଭାସ୍କର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅଥିତି ଭାବେ ବିଡ଼ିଓ ବେଦବର ପ୍ରଧାନ,  ସାମ୍ନାନିତ ଅତିଥି ଭାବେ କୋଦଳା ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଦୀପ୍ତି ରଞ୍ଜନ ବେହେରା, ଯୁବ ସମାଜ ସେବି ଶ୍ରୀ  ସନ୍ତୋଷ କୁମାର ରଥ (ମଣ୍ଟୁ ଭାଇ ), ଖଲିକୋଟ ବନରକ୍ଷୀ କମଳ ପତିଆର, ବରିଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀଯୁକ୍ତ ଚିତ୍ରସେନ ନାହାକ, ଉଚ୍ଚ ପ୍ରାଥମିକ ବିଦ୍ୟା ପୀଠ ର ପ୍ରଧାନ ଶିକ୍ଷକ ଅଶୋକ ଚନ୍ଦ୍ର ପଣ୍ଡା ଓ ନୋଡାଲ ପ୍ରାଥମିକ ସ୍କୁଲ ର ପ୍ରଧାନ ଶିକ୍ଷକ ସୁରଜିତ ବିଶୋଇ ଉପସ୍ଥିତ ଥିଲେ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହା ସଇତ ମହାସଭା ର ସଭ୍ୟ ଜୟସେନ ପରିଡା, ଶିରି ପରିଡା, ବାବୁ ପରିଡା ଆଦି ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ 300ରୁ ଉର୍ଦ୍ଧ ଚାରାରୋପଣ କରାଯାଇଥିଲା l 

LEAVE A REPLY

Please enter your comment!
Please enter your name here