ବେଲଗୁଣ୍ଠା ବ୍ଳକରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

0
307

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ବର୍ତ୍ତମାନ ପରିସ୍ଥିତିରେ ସମାଜ ପାଇଁ କରୋନା ଏକ ମୁଖ୍ୟ ଆହ୍ୱାନ ଥିବା ବେଳେ ଏହାର ସଫଳ ମୁକାବିଲା କରି ଜନସାଧାରଣଙ୍କୁ କରୋନାରୁ ଦୁରେଇ ରଖିବା ପାଇଁ ପ୍ରଶାସନ ସ୍ତରରେ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।ଏହି ସମୟରେ ବ୍ଳକ ତଥା ତହସିଲ ସ୍ତରରେ ବହୁ ପ୍ରଶାସନିକ ଅଧିକାରୀ ଯଥା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଏନ୍.ଏ.ସି ନୀର୍ବାହୀ ଅଧିକାରୀ,ଡାକ୍ତର, ଆୟୁଷ ଡାକ୍ତର,ସରପଞ୍ଚ,ପୋଲିସ, ବ୍ଳକ କର୍ମଚାରୀ, ତହସିଲ କର୍ମଚାରୀ,ଏନ୍.ଏ.ସି କର୍ମଚାରୀ,ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ନର୍ସ, ଏନ୍.ଏନ୍.ଏମ,ଶିକ୍ଷକ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରଭୃତି ସମାଜରେ ଆଗଧାଡିରେ ରହି ନିଜ ନିଜର ଅଞ୍ଚଳକୁ କରୋନା ମୁକ୍ତ କରିବା ପାଇଁ କରୋନା ସଂଗ୍ରାମରେ ନିଜକୁ ନିୟୋଜିତ କରିଛନ୍ତି ଏବଂ ନିଜକୁ ଜଣେ ଜଣେ କରୋନା ଯୋଦ୍ଧା ଭାବରେ ପରିଗଣିତ କରାଇଛନ୍ତି ।ସେମାନଙ୍କ ମଧ୍ୟରୁ କିଛି କରୋନା ଯୋଦ୍ଧା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ମାନବ ସେବାରେ ବ୍ରତୀ ହୋଇ ମୁଲ୍ୟବାନ ଜୀବନ ହରାଇଛନ୍ତି ।ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବେଲଗୁଣ୍ଠା ବ୍ଳକ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ରଙ୍କ ସଭାପତିତ୍ୱରେ ଏକ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥି ରୁପେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା,ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,ସ୍ୱାସ୍ଥ୍ୟ ଅଧିକାରୀ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପିଙ୍କି ପରିଡା,ଓଏସଡି ଓମ୍ ପ୍ରକାଶ ପରିଡା ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ବର୍ଗର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା କରି ସେମାନଙ୍କ ଉତ୍ସାହ ଦ୍ୱିଗୁଣିତ କରିଥିଲେ ।ଏହି ଅବସରରେ କରୋନା ମହାସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ପାଇଁ ବେଲଗୁଣ୍ଠା ପ୍ରେସ୍ କ୍ଳବ।ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ଉପ-ସଭାପତି ଅଶ୍ୱିନୀ ମହାନ୍ତି ଙ୍କ ସହ ବେଲଗୁଣ୍ଠା ପ୍ରେସ କ୍ଳବର ସମସ୍ତ ସଦସ୍ୟ,ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ, ଡାଃ ସ୍ମୃତିବିଜିତା ରଥ,ଡାଃ ରଶ୍ମିତା ପ୍ରଧାନ,ଡାଃ ଜ୍ଞାନରଞ୍ଜନ ମହାପାତ୍ର,ଡାଃ ଜଗନ୍ନାଥ ପତି,ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ସାହୁ,ସିଆରସିସି ବିଦେଶୀ ବାଡତ୍ୟା,ଶିକ୍ଷକ ଛାୟାକାନ୍ତ ମହାପାତ୍ର ଓ ପୁର୍ଣ୍ଣ ମହାନ୍ତି, ସରପଞ୍ଚ ପ୍ରତିନିଧି ରାମେଶ୍ୱର ପାତ୍ର, ସମିତିସଭ୍ୟ ଦୁର୍ଗା ମାଧବ ନାୟକ,ମୃତ କରୋନା ଯୋଦ୍ଧା ବିଏଫଟି ସଂଜିବ ସ୍ୱାଇଁଙ୍କ ସ୍ତ୍ରୀ ଲିଲି ସ୍ୱାଇଁ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ୍ ଦୁର୍ଗାମାଧବ ପଟ୍ଟନାୟକ, ବେଲଗୁଣ୍ଠା ଏ.ଏନ୍.ଏମ୍ ବବିତା ପତି,ଏଲ୍.ଏଚ୍.ଭି ମାନସୀ ଦାସ,ଆଶା ଦିଦି ଅଞ୍ଜନା ସ୍ୱାଇଁ,ଲେବୋରେଟେରୀ ଟେକ୍ନିସିଆନ୍ ଅଶୋକ ସାହୁ,ତାରିଣୀ ସେନ ସାହୁ ଞ ରଶ୍ମିରଞ୍ଜନ ସେଠୀ,ଅଙ୍ଗନବାଡି ଦିଦି ଗୀତାଞ୍ଜଳୀ ବେହେରା ଓ ସୁବାସିନୀ ମଲ୍ଲିକ,ଆମ୍ବୁଲାନ୍ସ ଡ୍ରାଇଭର ସନ୍ତୋଷ କୁମାର ଛଟେଇ ଓ ଅନ୍ୟ ବିଭାଗର ବହୁ କର୍ମଚାରୀଙ୍କୁ ମାନପତ୍ର, ଉପଢୌକନ ଓ କିଛି ଉପହାର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।ସମସ୍ତଙ୍କ ଉଲ୍ଲେଖନୀୟ ଅବଦାନର ବର୍ଣ୍ଣନା କରି ସମସ୍ତ ଅକ୍ଳାନ୍ମ ପରିଶ୍ରମ, ପ୍ରଚେଷ୍ଟା ଫଳରେ ବେଲଗୁଣ୍ଠା ବ୍ଳକକୁ ଖୁବଶୀଘ୍ର କରୋନା ମୁକ୍ତ କରାଇବା ପାଇଁ ଆହ୍ୱାନ କରିବା ସହ ସମସ୍ତ ଯୋଦ୍ଧାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ର ।ବେଲଗୁଣ୍ଠା ଏନ୍.ଏ.ସି ନୀର୍ବାହୀ ଅଧିକାରୀ ତଥା ଯୁବ ଅଫିସର ରାକେଶ କୁମାର ପାତ୍ର ଉତ୍ସବ ପରିଚାଳନାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିବା ବେଳେ ବ୍ଳକ ଓ ଏନ୍.ଏ.ସି କର୍ମଚାରୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here