କରୋନା କଟକଣା ଭିତରେ ବେଲଗୁଣ୍ଠା ର ବିଭିନ୍ନ ଅନୁଷ୍ଠାନରେ ଉଡ଼ିଲା ତ୍ରିରଙ୍ଗା

0
288

ବେଲଗୁଣ୍ଠା(ଶିବରାମ ଚୌଧୁରୀ)କରୋନା କଟକଣା ମଧ୍ୟରେ ବେଲଗୁଣ୍ଠା ସହର ସମେତ ବ୍ଳକ୍ ର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏବଂ ସାମାଜିକ ଅନୁଷ୍ଠାନର ୭୪ ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି I
ବେଲଗୁଣ୍ଠା ବ୍ଳକ ପଡିଆ ଠାରେ ସବୁବର୍ଷ ସାର୍ବଜନୀନ ଭାବେ ସ୍ୱାଧିନତା ଦିବସ ପାଳନ ହେଉଥିବା ବେଳେ ଏହି ବର୍ଷ କରୋନା କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଅତିଥିଙ୍କ ମଧ୍ୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସେଠାରେ ତହସିଲଦାର ସରୋଜ କୁମାର ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ଏନ୍.ଏ.ସି ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ବେଲଗୁଣ୍ଠା ଏନ୍.ଏ.ସି କାର୍ଯ୍ୟାଳୟରେ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର,
ତହସିଲ କାର୍ଯ୍ୟାଳୟରେ ତହସିଲଦାର ସରୋଜ କୁମାର ବେହେରା, ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶୀ ଭୂଷଣ ମହାପାତ୍ର,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଡାଃ ବାଲୁଙ୍କେଶ୍ୱର ଷଢ଼ଙ୍ଗୀ, ବେଲଗୁଣ୍ଠା ଫାଣ୍ଡିରେ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରରେ ସଂପାଦକ ସୁଶାନ୍ତ କୁମାର ବେହରା,ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ସଭାପତି ତଥା ବିଶିଷ୍ଟ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର, ପଟେଲ ରୋଡ଼ ପ୍ରାଥମିକ ବିଦ୍ୟାଳୟରେ ସଭାପତି ଆଡଭୋକେଟ ପ୍ରମୋଦ ମହାପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସଭାପତି ଅଭିମନ୍ୟୁ ପଟ୍ଟନାୟକ, ବଣିକ ସଂଘ କାର୍ଯ୍ୟାଳୟରେ ଭପ-ସଭାପତି କାଳୁଚରଣ ପଣ୍ଡା,ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ତହସିଲଦାର ସରୋଜ କୁମାର ବେହେରା ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ ।
ଏହି ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଥାନାରେ ଥାନା ଅଧିକାରୀ ଧୀରେସ କୁମାର ଦାସ ପତାକା ଉତ୍ତୋଳନ କରିଥିଲେ I ସେହିପରି ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ରାଣୀ ଦାସ, ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭଜରାମ ସ୍ଵାଇଁ, କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଗୋପନଗର ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଖଲି ବେହେରା, ବିଞ୍ଝଗିରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶିବ ରାମ ବେହେରା, ସାନ ସାଦରା ପ୍ରାଥମିକ ବିଦ୍ୟାଲୟରେ ପରିଚାଳନା ଜମିଟି ଅଧ୍ୟକ୍ଷ ଶ୍ୟାମସୁନ୍ଦର ବିଷୋୟୀ, ବଡ଼ ସାଦରା ବିଦ୍ୟାଳୟରେ ସମିତି ସଭ୍ୟ ପ୍ରଭାତ କୁମାର ସ୍ଵାଇଁ, ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଲୁଙ୍କେଶ୍ୱର ଦାସ ,ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର, ସିଂହମର୍ଦ୍ଦନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ମିଶ୍ର, ଉସ୍ତପଲ୍ଲୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ କବି ଚନ୍ଦ୍ର ପ୍ରଧାନ,ଧାନପୁଞ୍ଜା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବାଳ କୃଷ୍ଣ ସାବତ, କେ.ନୁଆଗଡ ବିଦ୍ୟାଳୟରେ ସରପଞ୍ଚ ଜୟନ୍ତୀ ବେହେରା ପତାକା ଉତ୍ତୋଳନ କରିଥିଲେ I ସେହିପରି ବଡ଼ ଦୋଡ଼ଙ୍ଗା ସ୍ଵେଚ୍ଛାସେବୀ ଅନୁଷ୍ଠାନରେ ସିଆରପିଏଫ୍ ଯବାନ୍ ଗରୂଡ କୁମାର ଲେଙ୍କା ଏବଂ କେ. ନୂଆଗଡ଼ ସ୍ଵେଚ୍ଛାସେବୀ ଆନୁଷ୍ଠାନ ଏଭର ଗ୍ରୀନ୍ ଫ୍ରେଣ୍ଡସ ଗୃପ୍ ରେ ଅବସର ପ୍ରାପ୍ତ ଶିକ୍ଷକ ରାମ ନାରାୟଣ ପଣ୍ଡା ପତାକା ଉତ୍ତୋଳନ କରିଥିଲେ I ସ୍ଵେଚ୍ଛାସେବୀ ଆନୁଷ୍ଠାନ ତରଫରୁ କେ. ନୂଆଗଡ଼ ଗ୍ରାମକୁ ବିଶୋଧନ କରିବା ସହ ଗ୍ରାମ ବାସୀଙ୍କୁ କରୋନା ବିଷୟରେ ସଚେତନ କରିଥିଲେ I

ଫଟୋ

LEAVE A REPLY

Please enter your comment!
Please enter your name here