କିନର ସଂଘ ତରଫରୁ ନୀଳକଣ୍ଠେଶ୍ଵର ବସ୍ତିରେ ୭୪ ତମ ସ୍ୱାଧୀନତା ଦିବସ ପାଳନ

0
312

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ୧୫ ଅଗଷ୍ଟ ୭୪ତମ ସ୍ବାଧୀନତା ଦିବସ ଅବସରରେ ପ୍ରେମନଗର ୧୨ ନମ୍ବର ୱାର୍ଡ ର ବସ୍ତିବାସିନ୍ଦା ମାନଙ୍କ ଦ୍ଵାରା ବହୁ ଆଡମ୍ବର ରେ କିନ୍ନର ମହାସଂଘ ର ସଭାପତି ସୁଇଟି ସାହୁ ଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ ବିଜେଡି ଜିଲ୍ଲା ସମ୍ପାଦକ ଦୁର୍ଗାପ୍ରସାଦ ପଣ୍ଡା ସହଯୋଗ କରିଥିଲେ l କିନ୍ନର ସଂଘର ସମସ୍ତ କିନ୍ନର ଓ ବସ୍ତିର ବାସିନ୍ଦା ମାନେ ଉପସ୍ଥିତ ରହି ଜାତୀୟ ସଂଗୀତ ଗାନ କରିଥିଲେ l ଛୋଟ ଛୋଟ ପିଲାଙ୍କୁ ବିସ୍କୁଟ ଏବଂ ବସ୍ତି ରେ ସମସ୍ତ ଙ୍କୁ ମାସ୍କ ବଣ୍ଟା ଯାଇଥିଲା ତଥା କରୋନା ରୂପୀ ମହାମାରି ରୁ କିପରି ମୁକାବିଲା କରାଯିବ ତାହା ଉପରେ ବକ୍ତବ୍ଯ ରଖାଯାଇଥିଲା । ପରିଶେଷରେ ବୃକ୍ଷରୋପଣ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ତୋଫାନ୍, ପିଣ୍ଟୁ, ସିମା, ମାରି ବେହେରା କିନ୍ନର ସଂଘର ଶାନ୍ତି କିନ୍ନର, ଶିବାଶିଷ, ପୁଜା, ଆରତୀ,ବାସନ୍ତୀ ,ମମତା, ଇମରାନ, ଲିପି, ରାଣୀ, ବର୍ଷା, ଦିବ୍ୟା କିନ୍ନର ,ଏବଂ ସ୍ବପ୍ନା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ l କିନ୍ନର ମାନଙ୍କ ଦ୍ୱାରା ଏହିପରି କାଯ୍ୟକୁ ପ୍ରତେକ ମହଲରେ ପ୍ରଂଶସା କରାଯାଇଥିଲା l

LEAVE A REPLY

Please enter your comment!
Please enter your name here